ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ଆଇଆଇସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ଜଟଣୀ ଆଇଆଇସି

ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ  ସ୍ଥାନୀୟ କୁଦିଆରୀ ଗ୍ରାମର  ଜଣେ  ଯୁବକଙ୍କୁ ଏକ ଜମିଜମା  ମାମଲା ସମାଧାନ  ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ସମ୍ପୃକ୍ତ  ଯୁବକ ତାଙ୍କୁ ଏହି ଟଙ୍କା ଦେବା ଆଗରୁ ଭିଜିଲାନ୍ସ କତ୍ତୃପକ୍ଷଙ୍କୁ ଏ ବାବଦରେ ଜଣାଇଥିଲେ। ଆଜି ସନ୍ଧ୍ୟାରେ ଚୁକ୍ତି ମୁତାବକ ଟଙ୍କା ନେଉଥିବା ବେଳେ ଜଟଣୀ ଥାନା ପରିସରରେ ହଠାତ ଚଢ଼ାଉ କରି ଲାଞ୍ଚ ନେଉଥିବା ଅବସ୍ଥାରେ ସଂଜୀବଙ୍କୁ ଧରିଥିଲା ଭିଜିଲାନ୍ସ। ପରେ ଭିଜିଲାନ୍ସ ପକ୍ଷରୁ ଜଟଣୀସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲେ। ଖବର ଲେଖାହେବା ବେଳକୁ ଚଢ଼ାଉ ଜାରି  ରହିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ସଂଜୀବ ସାଧାରଣ ଲୋକଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରିକି ଦୁଇ ଦୁଇ ଥର ତାଙ୍କ ନାମରେ ସ୍ଥାନୀୟ ଅଞ୍ଚଳର ଏକ ଦମ୍ପତି ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଥିଲେ। ଏପରିକି ଉକ୍ତ ଦମ୍ପତିଙ୍କୁ ସଂଜୀବ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।



from Odisha Reporter https://ift.tt/2oDMFA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages