
କୋରାପୁଟ (ଓଡ଼ିଶା ରିପୋର୍ଟର): ସାବାଡ଼ ହେବେ ରୋଡ଼ ରୋମିଓ। ରାସ୍ତାରେ ଯାଉଥିବା ଝିଅଙ୍କୁ କମେଣ୍ଟ ମାରିଲେ ହେବ କାର୍ଯ୍ୟାନୁଷ୍ଠାନ। ଗଠନ ହେବ ଆଣ୍ଟି ରୋମିଓ ସ୍କ୍ୱାଡ଼। ଏପରି ଉଦ୍ୟମ ଆରମ୍ଭ ହୋଇଛି କୋରାପୁଟରେ। ପ୍ରଥମ ପର୍ଯ୍ୟାୟରେ ଏହି ଅଭିଯୋଗ ଆସିଥିବା କିଛି ଅଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ନବନିଯୁକ୍ତ ଏଏସ୍ପି ସାଗରିକା ନାଥ କହିଛନ୍ତି।
ସେ କହିଛନ୍ତି- “ସ୍କୁଲ୍, କଲେଜ ଓ ଟ୍ୟୁସନ୍ ଯିବା ଆସିବା ବେଳେ ଝିଅମାନଙ୍କୁ ରାସ୍ତା ପାଖରେ ବସୁଥିବା କିଛି ଅସାମାଜିକ ଯୁବକ କମେଣ୍ଟ ମାରୁଛନ୍ତି। ଏପରିକି ସେମାନଙ୍କୁ ହଇରାଣ ହରକତ କରାଯାଉଥିବା ନେଇ ମୋ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ପ୍ରତିକାର ସ୍ୱରୂପ ‘ଆଣ୍ଟି-ରୋମିଓ ସ୍କ୍ୱାଡ଼’ ଗଠନ କରାଯାଇଛି। ଅଭିଯୋଗ ଆସିଥିବା ଅଞ୍ଚଳରେ ପ୍ରଥମେ ଏହି ସ୍କ୍ୱାର୍ଡ ପାଟ୍ରୋଲିଂ କରିବ। ପରବର୍ତ୍ତି ସମୟରେ ଏହାକୁ ଅନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ।”
from Odisha Reporter https://ift.tt/2DeIjtx
No comments:
Post a Comment