
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ବଡ଼ ରାଜନୈତିକ ଘଟଣାକ୍ରମରେ ବିଜେଡିର ବରିଷ୍ଠ ନେତା ଡା ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏ ସଂପର୍କରେ ଆଜି ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ରେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାନା ଦୁର୍ନୀତି ଅଭିଯୋଗ ଆଣି ଦାମୋଦର ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ।
ସ୍ଥିତି ଏମିତି ହୋଇଥିଲା ଯେ, ବିଜେଡି ତାଙ୍କ ବିରୋଧରେ ଖୁବ୍ ଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ଆଜି ଦଳ ପକ୍ଷରୁ ତାଙ୍କୁ ବହିଷ୍କାର କରାଯିବା ସଂପର୍କରେ ଘୋଷଣା କରାଯାଇଛି।
ଏ ସଂପର୍କରେ ଅଧିକ ଖବରକୁ ଅପେକ୍ଷା କରାଯାଇଛି।
ଦୁଇ ଦିନ ତଳେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ସମ୍ଭାବନା ଥିଲା। ପଢ଼ନ୍ତ କାହିଁକି: ଖୁବ୍ଶୀଘ୍ର ବିଜେଡିରୁ ବିଦା ହେବେ ଦାମ !
from Odisha Reporter https://ift.tt/2x3Uofy
No comments:
Post a Comment