ମେକ୍ ଇନ୍ ଓଡ଼ିଶା ନୁହେଁ ବ୍ରେକ୍ ଇନ୍ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ମେକ୍ ଇନ୍ ଓଡ଼ିଶା ନୁହେଁ ବ୍ରେକ୍ ଇନ୍ ଓଡ଼ିଶା

‘୩୦ଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କଲେ, କିନ୍ତୁ ଏ ପର୍ଯ୍ୟନ୍ତ ସେସବୁ ରାଷ୍ଟ୍ରରୁ କେହି ବି ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ ଦେଖାଇନାହାନ୍ତି। ତେଣୁ ଏଥିରୁ ସରକାରଙ୍କ ମେକ୍ ଇନ୍ ଓଡ଼ିଶାର ବାସ୍ତବ ଚିତ୍ର ପଦାରେ ପଡ଼ିଯାଇଛି। ବିଗତ ୧୮ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି।’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯୁବକମାନେ ବେକାର ହୋଇ ବୁଲୁଛନ୍ତି। ମେକ୍ ଇନ୍ ଓଡ଼ିଶା ନାଁରେ ଏଠି ବ୍ରେକ୍ ଇନ୍ ଓଡ଼ିଶା ଚାଲିଛି। ଖାଲି ଲୋକଦେଖାଣିଆ ଓ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ନିଜସ୍ୱ ବିଫଳତାକୁ ଲୁଚାଇବା ପାଇଁ ଏଭଳି ପ୍ରହସନ ଚାଲିଛି। ୧୮ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପାୟନ କ୍ଷେତ୍ରରେ ବିଫଳ ହୋଇଛନ୍ତି। ନିର୍ବାଚନ ଯେତିକି ପାଖେଇ ଆସୁଛି ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ଶିଳ୍ପାୟନର ଚକମା ଦେଖାଇ ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ପଟ୍ଟନାୟକ ସରକାର ଦିଲ୍ଲୀ-ମୁମ୍ବାଇ ଯାଇ ରୋଡ୍ ଶୋ’ କରୁଛନ୍ତି। ଅଥଚ ନିବେଶ ପାଇଁ ଆଗ୍ରହୀ ଗୋଟିଏ ଆମେରିକୀୟ କମ୍ପାନୀକୁ ଦେଢ଼ବର୍ଷ ପରେ ଚିଠିର ଉତ୍ତର ଦେଉନାହାନ୍ତି।

୩୦ଟି ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କଲେ, କିନ୍ତୁ ଏପର୍ଯ୍ୟନ୍ତ ସେସବୁ ରାଷ୍ଟ୍ରରୁ କେହି ବି ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆଗ୍ରହ ଦେଖାଇନାହାନ୍ତି। ତେଣୁ ଏଥିରୁ ସରକାରଙ୍କ ମେକ୍ ଇନ୍ ଓଡ଼ିଶାର ବାସ୍ତବ ଚିତ୍ର ପଦାରେ ପଡ଼ିଯାଇଛି। ବିଗତ ୧୮ ବର୍ଷ ଭିତରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ଭିତ୍ତିଭୂମିର ବିକାଶଠାରୁ ଆରମ୍ଭ କରି ଶିଳ୍ପ ପ୍ରତିଷ୍ଠା, ମାନବସମ୍ବଳ ବିକାଶ ଓ କର୍ମନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ଭୂମିକା ଅତ୍ୟନ୍ତ ନିରୁତ୍ସାହଜନକ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ନୁହେଁ, ଓଡିଶାରେ ଜବାବ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି।

“ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୃଷ୍ଟିରୁ ରାଜ୍ୟରେ କେଉଁ କେଉଁ ସାମଗ୍ରୀର ବହୁତ ବ୍ୟବହାର ହେଉଛି ଏବଂ ରାଜ୍ୟରେ କେଉଁ କେଉଁ ଶିଳ୍ପ ପ୍ରତିଷ୍ଠାନର ସୁଯୋଗ ଏବଂ ସମ୍ଭାବନା ରହିଛି ଏ ସଂପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ। ଅର୍ଥାତ୍ ଦିଲ୍ଲୀରେ ଶୋ’ କରୁଛନ୍ତି କିନ୍ତୁ ସରକାରଙ୍କୁ ଜଣାନାହିଁ ଓଡିଶାରେ କେଉଁ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଯଥେଷ୍ଟ ଭିତ୍ତିଭୂମି ରହିଛି।”

ଆମେରିକାର ଏକ ହେଲିକପ୍ଟର କମ୍ପାନୀ ‘ମେସର୍ସ ଆଲକର’ ୨୦୧୪ ଜୁଲାଇ ୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ହେଲିକପ୍ଟର ଯନ୍ତ୍ରାଂଶ ନିର୍ମାଣ କରିବା ପାଇଁ ଚିଠି ଲେଖିଥିଲେ। ସଂପୃକ୍ତ କମ୍ପାନୀ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ପ୍ରାୟ ଦେଢବର୍ଷ ପରେ ସରକାର ଚିଠିର ଉତ୍ତର ଦେଇ କମ୍ପାନୀର ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ଜଣାଇଲେ। ଆଉ ୨୦୧୫ ନଭେମ୍ବର ପରେ ସରକାର ଉକ୍ତ କମ୍ପାନୀ ସହ କୌଣସି ସଂପର୍କ ରକ୍ଷା କଲେ ନାହିଁ। ଏମିତି ଚାଲିଛି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ବୋଲି ସେ ଅଭିଯୋଗ କରିଛନ୍ତି।

୧୮ ବର୍ଷ ହେଲା ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ହଜାର ହଜାର ଶିଳ୍ପ ପ୍ରତିଷ୍ଠାର ବାହାବାଃ ନେଉଛନ୍ତି, କିନ୍ତୁ ସରକାରୀ ତଥ୍ୟ କହୁଛି ୨୦୧୪ ସୁଦ୍ଧା ପଞ୍ଜିକୃତ ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରୁ ୧୫,୩୧୫ଟି ଶିଳ୍ପସଂସ୍ଥା ବନ୍ଦ ହୋଇ ପଡିଛି। ନୂଆ ନିଯୁକ୍ତି ତ ଦୂରର କଥା, ୧୨୯୯୫୦ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ୨୦୧୮ ଜୁଲାଇ ସୁଦ୍ଧା ପ୍ରାୟ ୩ ଲକ୍ଷ ଲୋକ ଚାକିରି ହରାଇଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି।

“ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ସରକାର ବହୁଳ ଭାବେ ପ୍ରଚାର ପ୍ରସାର ନାଟକ କଲେ। ୨୦୧୦-୧୭ ଭିତରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କୁ ମିଶାଇ ୫୨ ଜଣ ୧୦ଟି ଦେଶକୁ ଗସ୍ତ କରିଛନ୍ତି। ଯିଏ ଗଲେ କିଛି ଶିକ୍ଷା କରିପାରିବ ସେମାନେ ନଯାଇ ମନ୍ତ୍ରୀ ଓ ସଚିବ ବିଦେଶ ବୁଲୁଛନ୍ତି। କିନ୍ତୁ ଫଳାଫଳ ଶୂନ ରହିଛି। ଏପରିକି ରାଜ୍ୟରେ ୧ ଟଙ୍କାର ପୁଞ୍ଜିନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହୋଇନାହିଁ। ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ ବି ଜମି ଅଧିଗ୍ରହଣ ହୋଇପାରୁନି” ବୋଲି ସେ କହିଛନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ, ଆମେରିକାର ଏକ ହେଲିକପ୍ଟର କମ୍ପାନୀ ‘ମେସର୍ସ ଆଲକର’ ୨୦୧୪ ଜୁଲାଇ ୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାରେ ହେଲିକପ୍ଟର ଯନ୍ତ୍ରାଂଶ ନିର୍ମାଣ କରିବା ପାଇଁ ଚିଠି ଲେଖିଥିଲେ। ସଂପୃକ୍ତ କମ୍ପାନୀ ବାରମ୍ବାର ଯୋଗାଯୋଗ କରିବା ସତ୍ତ୍ୱେ ପ୍ରାୟ ଦେଢବର୍ଷ ପରେ ସରକାର ଚିଠିର ଉତ୍ତର ଦେଇ କମ୍ପାନୀର ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ଜଣାଇଲେ। ଆଉ ୨୦୧୫ ନଭେମ୍ବର ପରେ ସରକାର ଉକ୍ତ କମ୍ପାନୀ ସହ କୌଣସି ସଂପର୍କ ରକ୍ଷା କଲେ ନାହିଁ। ଏମିତି ଚାଲିଛି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ବୋଲି ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହେବା ପରେ ପ୍ରଚାର ପ୍ରସାର ପାଇଁ ପୁଞ୍ଜିନିବେଶକାରୀ ରୋଡ୍ ଶୋ’ ଦିଲ୍ଲୀଠାରେ ଆୟୋଜନ କରିଛନ୍ତି। ରାଜ୍ୟ ସରକାର ଶିଳ୍ପାୟନକୁ ନେଇ ଓଡ଼ିଶାରେ ଫ୍ଲପ୍ ହୋଇଥିବା ବେଳେ, ଦିଲ୍ଲୀରେ ରୋଡ୍ ଶୋ’ ନକରି ଓଡ଼ିଶାବାସୀଙ୍କ ପାଖରେ ଜବାବ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି।



from Odisha Reporter https://ift.tt/2MpMu4O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages