ଟିକସ କମାଇବା ଦାୟିତ୍ୱ ରାଜ୍ୟର: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଟିକସ କମାଇବା ଦାୟିତ୍ୱ ରାଜ୍ୟର: ଧର୍ମେନ୍ଦ୍ର

BJP

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦର ନିୟନ୍ତ୍ରଣ ପାଇଁ ଟିକସ କମାଇବାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ପରମର୍ଶ ଦେଇଛନ୍ତି। କିଛି ରାଜ୍ୟ ଟିକସ କମାଇ ସାରିଥିବାବେଳେ ଓଡ଼ିଶା ସରକାର ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି,“ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିଛନ୍ତି।  ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲ ଦାମ୍‌ ବଢ଼ିଲେ ରାଜ୍ୟମାନଙ୍କୁ ଲାଭ ହେଉଛି। ଏହାସବୁ ଲୋକଲୋଚନକୁ ଆସି ସାରିଲାଣି। ୨୦୧୪ରେ ପେଟ୍ରୋଲ୍‌ ଓ ଡିଜେଲ୍‌ରୁ ରାଜ୍ୟ ୩ ହଜାର କୋଟି ଟଙ୍କାରୁ କମ୍‌ ପାଉଥିଲା। ଏବେ ୭ ହଜାର କୋଟି ଟଙ୍କା ପାଉଛି। ତେଣୁ ରାଜ୍ୟର ବଡ଼ ଦାୟିତ୍ୱ ହେଉଛି ଟିକସ କମାଇବା।”

ସେହିପରି ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଉପରେ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି।

ସେ କହିଛନ୍ତି,“ନବୀନ ଦୁର୍ନୀତି ରୋକିବାକୁ କେବେ ସିରିୟସ୍‌ ନଥିଲେ। ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ସେ ମୁଖ୍ୟ ନାୟକ। ଯେଉଁମାନଙ୍କୁ ନବୀନ ବହିଷ୍କାର କରିଥିଲେ, ସେମାନେ ଆଜି ତାଙ୍କର ମୁଖ୍ୟ ସହଯୋଗୀ।”



from Odisha Reporter https://ift.tt/2xhCjKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages