ଅଲଗା ଜାତିର ହୋଇଥିବାରୁ ଜ୍ୱାଇଁକୁ ମାରି ଦେଲେ! ସିସିଟିଭିରେ କଏଦ ହୋଇଛି ପୂରା ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଅଲଗା ଜାତିର ହୋଇଥିବାରୁ ଜ୍ୱାଇଁକୁ ମାରି ଦେଲେ! ସିସିଟିଭିରେ କଏଦ ହୋଇଛି ପୂରା ଦୃଶ୍ୟ

pranay

ହାଇଦ୍ରାବାଦ: ପ୍ରଣୟ କୁମାର। ବୟସ ୨୩। ଅମୃତା ବର୍ଶିନି। ବୟସ ୨୧। ମାତ୍ର ୮ ମାସ ତଳେ ସେମାନଙ୍କ ବିବାହ ହୋଇଥିଲେ।

ଦୁହେଁ ସ୍କୁଲ୍‌ରେ ପଢ଼ିବା ବେଳୁ ପରସ୍ପରକୁ ଭଲ ପାଉଥିଲେ। ସେମାନଙ୍କ ସଂପର୍କକୁ ଉଭୟଙ୍କ ପରିବାର ଲୋକେ ବିରୋଧ କରୁଥିଲେ।ତେବେ ଅମୃତାଙ୍କ ବିନା ସେ ବଞ୍ଚିପାରିବେନି ବୋଲି କହିବା ପରେ ପ୍ରଣୟଙ୍କ ପରିବାର ଲୋକେ ଏ ବାହାଘର ପାଇଁ ରାଜି ହୋଇଥିଲେ।

ଅମୃତା ଗର୍ଭବତୀ ଥିଲେ। ଶନିବାର ଦିନ ପ୍ରଣୟ ପତ୍ନୀ ଅମୃତାଙ୍କ ସହ ତେଲେଙ୍ଗାନାର ନାଲଗୋଣ୍ଡାର ଏକ ଡାକ୍ତରଖାନାରୁ ଫେରୁଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଖାନା ଗେଟ୍ ବାହାରେ ତାଙ୍କୁ ଏକ ଛୁରୀରେ ପଛରୁ ଆକ୍ରମଣ କରାଯାଇଥିଲା। ସେଇଠି ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସିସିଟିଭିରେ ହତ୍ୟାର ଦୃଶ୍ୟ କଏଦ ହୋଇଛି।

ଏହା ଦେଖି ଅମୃତା ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚେତା ଆସିବା ପରେ ସେ କହିଥିଲେ ଯେ ଏହା ତାଙ୍କ ବାପା ଓ ଦାଦାଙ୍କ କାମ। କାରଣ ସେମାନେ ତାଙ୍କ ବାହାଘରକୁ ବିରୋଧ କରୁଥିଲେ।

ପ୍ରଣୟ ଅଲଗା ଜାତିର ହୋଇଥିବାରୁ ତାଙ୍କ ଘର ଲୋକେ ଏ ବାହାଘରକୁ ବିରୋଧ କରୁଥିଲେ ବୋଲି ଅମୃତା କହିଥିଲେ। ଏପରିକି ତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରୁଥିଲେ।

ଅମୃତାଙ୍କ ଅଭିଯୋଗ ପରେ ତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ୍ ଗିରଫ କରିଛି। ମାରୁତି ରାଓ ଜଣେ ବ୍ୟବସାୟୀ।
ଏ ଘଟଣାକୁ ନେଇ ଅନୁସୂଚୀତ ଜାତିର ବିକାଶ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ସଠିକ୍ ତଦନ୍ତ ହୋଇ ଦୋଷୀକୁ କଠିନ ଦଣ୍ଡ ଦେବାକୁ ସେମାନେ ଦାବି କରିଛନ୍ତି।

ପ୍ରଣୟ ଅନୁସୂଚୀତ ଜାତିର ହୋଇଥିବା ବେଳେ ଅମୃତା ବ୍ୟାସ ଜାତିର।



from Odisha Reporter https://ift.tt/2xfXoFM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages