ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ! କହିଲା ସେ ପ୍ରଧାନମନ୍ତ୍ରୀ ହେଲେ ଭାରତ ପାଇଁ ଭଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ରାହୁଲ ଗାନ୍ଧିଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ! କହିଲା ସେ ପ୍ରଧାନମନ୍ତ୍ରୀ ହେଲେ ଭାରତ ପାଇଁ ଭଲ

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଶାଣିତ ସ୍ୱରରେ ଆକ୍ରମଣ କରୁଥିବା କଂଗ୍ରେସ ଏବେ ଅଡ଼ୁଆରେ ପଡ଼ିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ରାଫେଲ୍‌ ପ୍ରସଙ୍ଗରେ ପାକିସ୍ତାନ ସମର୍ଥନ କରିବା ଏବେ ଏହା ଦଳ ପାଇଁ ବୁମେରାଂ ହୋଇଛି।

ଜଣେ କି ଦୁଇ ଜଣ ନୁହେଁ ଏକାଧିକ ପାକିସ୍ତାନ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ରାହୁଲ ଗାନ୍ଧିଙ୍କ କାନ୍ଧରେ ବନ୍ଧୁକ ଥୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଆକ୍ରମଣ କରିଛନ୍ତି। ଏପରି କି ରାହୁଲ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ହେଲେ ଭଲ ହେବ ବୋଲି କହିବାକୁ ମଧ୍ୟ ପାକିସ୍ତାନର ନେତାମାନେ ପଛାଇ ନାହାନ୍ତି।

ରାହୁଲ ଗାନ୍ଧିଙ୍କୁ ପାକିସ୍ତାନର ଏଭଳି ସମର୍ଥନକୁ ନେଇ ବିଜେପି କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି। ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଏବେ ଉଭୟ କଂଗ୍ରେସ ଓ ପାକିସ୍ତାନ ଜୋରଦାର ଉଦ୍ୟମ କରୁଛନ୍ତି ବୋଲି ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

ରାଫେଲ ଡିଲ୍‌ ପ୍ରସଙ୍ଗରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ବିସ୍ଫୋରକ ବୟାନ ଦେବା ପରେ ଏହାକୁ ନେଇ ରାହୁଲ ଗାନ୍ଧି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ସୁଯୋଗ ପାଇଥିଲେ।

ସେ କାଳ ବିଳମ୍ବ ନ କରି ୨୧ ତାରିଖରେ ପ୍ରଥମେ ଟ୍ୱିଟ୍‌ କରିଥିଲେ। ଏଥିରେ ସେ ଓଲାନ୍ଦଙ୍କୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ରାଫେଲ୍‌ ଡିଲ୍‌ରେ ରିଲାଏନ୍ସ କମ୍ପାନୀକୁ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି କହିଥିଲେ। ଏଥିସହ ମୋଦି ଦେଶବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ଟ୍ୱିଟ୍‌ କରିଥିଲେ।

ରାହୁଲ ନିଜର ଦ୍ୱିତୀୟ ଟ୍ୱିଟ୍‌ରେ ମୋଦି ଓ ରିଲାଏନ୍ସ କମ୍ପାନୀ ମାଲିକ ଅନୀଲ ଅମ୍ବାନୀ ଭାରତୀୟ ସେନା ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ରାହୁଲଙ୍କ ଏହି ଟ୍ୱିଟ୍‌ର ଦିନକ ପରେ ଅର୍ଥାତ ୨୨ ତାରିଖରେ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ହୁସେନ୍‌ ରାହୁଲଙ୍କ ଟ୍ୱିଟ୍‌କୁ କେନ୍ଦ୍ର କରି ବିଜେପି ଉପରେ ଜୋରଦାର ହମ୍‌ଲା କରିଥିଲେ। ସେ ରାହୁଲଙ୍କ ଟ୍ୱିଟ୍‌କୁ ସ୍କ୍ରିନ୍‌ ଶଟ୍‌ କରି ନିଜ ଟ୍ୱିଟର୍‌ ଆକାଉଣ୍ଟ୍‌ରେ ଛାଡ଼ିବା ସହ ପାକିସ୍ତାନ ବିପକ୍ଷରେ ବିଜେପି ସରକାର କେମିତି କାର୍ଯ୍ୟ କରୁଛି ଏଥିରୁ ସ୍ପଷ୍ଟ ବୋଲି ଲେଖିଥିଲେ। ଏହାପରେ ସେ “ଅପନା ଜଙ୍ଗ ଖୁଦ୍‌ ଲଢ଼ୋ”ବୋଲି ମଧ୍ୟ ଲେଖିଥିଲେ।

ସେପ୍ଟେମ୍ବର ୨୩ରେ ପୁଣି ଜଣେ ପୂର୍ବତନ ପାକିସ୍ତାନ ମନ୍ତ୍ରୀ ରେହମାନ୍‌ ମାଲିକ ଗୋଟିଏ ଷ୍ଟେପ୍‌ ଆଗକୁ ଯାଇ ରାହୁଲ ଗାନ୍ଧି ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଥିଲେ। ସେ କହିଥିଲେ, ରାହୁଲ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ହରାଇ ପାରିବେ ଏବଂ ଭାରତୀୟମାନେ ରାହୁଲଙ୍କୁ ସମ୍ମାନ ଦିଅନ୍ତୁ। ସେ ଟ୍ୱିଟ୍‌ରେ ରାହୁଲଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ।

ସେହିପରି ସୋମବାର ଅର୍ଥାତ ଆଜି ଭୋର୍‌ରୁ ରେହମାନ୍‌ ମାଲିକ୍‌ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ରାଫେଲ୍‌ ଡିଲ୍‌କୁ ନେଇ ରାହୁଲ ଗାନ୍ଧି କେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଛନ୍ତି, ତା’ର ଦୃଶ୍ୟ ରହିଛି।

ରାହୁଲଙ୍କୁ ପାକିସ୍ତାନର ଏଭଳି ସମର୍ଥନ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକ ଥର ପାକିସ୍ତାନ ଓ କଂଗ୍ରେସ ଲିଙ୍କକୁ ନେଇ ବିବାଦ ଦେଖିବାକୁ ମିଳିଥିଲା।

ଦେଖନ୍ତୁ କିଛି ଟ୍ୱିଟ୍‌ ଓ ଭିଡିଓ



from Odisha Reporter https://ift.tt/2pzNSc5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages