
ଟିଟିଲାଗଡ଼ (ମାନସ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ଘୁନସର ପ୍ରାଥମିକ ବିଦ୍ୟାଳୟରେ କୃମି ଔଷଧ ଖାଇ ୨୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ସଇଁତଳା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ଆଶା ଦିଦି ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖାଇବାକୁ ଦେଇଥିଲେ। ଏହା ଖାଇବା ପରେ ପିଲାମାନେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି।
ଏକ ଡାକ୍ତରୀ ଟିମ୍ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗାଁରେ ଅନ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି।
from Odisha Reporter https://ift.tt/2MWq2Rn
No comments:
Post a Comment