
ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ-ତଳଖେତା ରାସ୍ତାରେ ଥିବା ଏକ ବ୍ରିଜ୍ ଉପରୁ ଗୋଟିଏ ଇନୋଭା କାର୍ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। କାର୍ର ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ଶନିବାର ରାତିରେ ଏହି କାର୍ଟି ଜଟଣୀରୁ ତଳଖେତା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ତେବେ ଏହି ବ୍ରିଜ୍ ନିକଟରେ କାର୍ଟି ଭାରସାମ୍ୟ ହରାଇଥିଲା ଓ ବ୍ରିଜ୍ର ଗାର୍ଡ ୱାଲ୍ ଭାଙ୍ଗି ନାଳରେ ପଡ଼ି ଯାଇଥିଲା।
କାର୍ଟି ବ୍ରିଜ୍ ତଳକୁ ଖସି ପଡ଼ିବା ଦେଖି କିଛି ଲୋକ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ।
ଦୁର୍ଘଟଣା ପରେ କାର୍ ଡ୍ରାଇଭର ପାଣିରୁ ବାହାରି ସେଥିରେ ଆଉ ଦୁଇ ଜଣ ବ୍ୟକ୍ତି ଥିବା କହିଥିଲେ। ତା’ପରେ ସେ ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିଲେ।
କାର୍ଟି ନାଳରେ ପୂରା ବୁଡ଼ି ଯାଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜା କରି କାର୍ଟିକୁ ଠାବ କରିବା ପରେ ଏକ ହାଇଡ୍ରା ମେସିନ୍ ଦ୍ୱାରା ତାକୁ ବାହାର କରାଯାଇଥିଲା।
ଜଟଣୀ ପୁଲିସ୍ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ପଠାଇଛି।
from Odisha Reporter https://ift.tt/2xlj2Yi
No comments:
Post a Comment