୧୬ ସେପ୍ଟେମ୍ବର, ରବିବାର: ଏହି ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

୧୬ ସେପ୍ଟେମ୍ବର, ରବିବାର: ଏହି ରାଶିର ଲୋକେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

RasiFala6

ମେଷ: ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ। ଚିନ୍ତିତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବୃଷ: ଦିନଟି ଭଲରେ କଟିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଘର ପାଇଁ କିଛି ଦାମୀ ବସ୍ତୁ କିଣି ପାରନ୍ତି।

ମିଥୁନ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ।

କର୍କଟ: ଦୁର୍ଘଟଣା ଘଟିପାରେ। ତେଣୁ ରାସ୍ତାରେ ଯା’ଆସ କଲା ବେଳେ ସାବଧାନ ରୁହନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ।

ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଇଚ୍ଛା ମୁତାବକ ସବୁ କାମ ହୋଇ ନପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ

କନ୍ୟା: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିପାରନ୍ତି।

ତୁଳା: ପରିବାରରେ ହସଖୁସିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରଫୁଲ୍ଲିତ ରହିବ।

ବିଛା: ଧନପ୍ରାପ୍ତି ଯୋଗ ରହିଛି। ମାନସମ୍ମାନ ମିଳିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ।

ଧନୁ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ମନକୁ ଶାନ୍ତ ରଖନ୍ତୁ।

ମକର: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟସ୍ତତା ଭିତରେ ଦିନ କଟିବ।

କୁମ୍ଭ: ଉପହାର ମିଳିବ। କୌଣସି ମହିଳାଙ୍କଠାରୁ ସହଯୋଗ ପାଇପାରନ୍ତି। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: ମାନସମ୍ମାନ ମିଳିବ। ଋଣ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।



from Odisha Reporter https://ift.tt/2NeV9MR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages