ହାଇଦ୍ରାବାଦ୍‌ ଟୁଇନ୍‌ ବୋମା ବିସ୍ଫୋରଣ ଘଟଣା: ୨ ଜଣଙ୍କୁ ମୃତ୍ୟୁଦଣ୍ଡ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ହାଇଦ୍ରାବାଦ୍‌ ଟୁଇନ୍‌ ବୋମା ବିସ୍ଫୋରଣ ଘଟଣା: ୨ ଜଣଙ୍କୁ ମୃତ୍ୟୁଦଣ୍ଡ 

ହାଇଦ୍ରାବାଦ:ହାଇଦ୍ରାବାଦ:ଦେଶକୁ ଥରାଇ ଦେଇଥିବା ହାଇଦ୍ରାବାଦ୍‌ ଟୁଇନ୍‌ ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ୨ ଆତଙ୍କବାଦୀ ଅନିକ୍‌ ସୟିଦ ଓ ଇସ୍ମାଇଲ୍‌ ଚୌଧୁରୀଙ୍କୁ ଆଜି ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା ତାରିକ୍‌ ଅଞ୍ଜୁମ୍‌କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 

 

୨୦୦୭ ମସିହା ଅଗଷ୍ଟ ୨୫ରେ ହାଇଦ୍ରାବାଦ୍‌ର ଲୁମ୍ବିନୀ ପାର୍କ ଓ ଗୋକୁଲ ଚାଟ୍‌ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬୮ ଜଣ ଗୁରୁତର ଆହତ ହୋଇଥିଲେ।ଏହି ଘଟଣାପଛରେ କୁଖ୍ୟାତ ଆତଙ୍କୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ହାତ ଥିବା ଜଣାପଡ଼ିଥିଲା।    
 
ସେପ୍ଟେମ୍ବର ୪ରେ ପୁଣେରେ କମ୍ପ୍ୟୁଟର୍‌ ଦୋକାନ ମାଲିକ ଅନିକ୍‌ ସୟିଦ ଓ ମୋବାଇଲ୍‌ ଫୋନ୍‌ ମରାମତି କରୁଥିବା ଇସ୍ମାଇଲ୍‌ ଚୌଧୁରୀକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସକାଳେ ଘଟଣାର ଅନ୍ୟତମ ଅଭିଯୁକ୍ତ ତାରିକ୍‌ଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତାରିକ୍‌ ଏମାନଙ୍କୁ ରହିବାକୁ ଘର ଯୋଗାଇ ଦେଇଥିଲା।
 
ପ୍ରମାଣ ଅଭାବରୁ କୋର୍ଟ ଫାରୁକ୍‌ ଶରଫୁଦ୍ଦିନ ତାରକଶ ଓ ମହମ୍ମଦ ସାଦ୍ଦିକ ଇସ୍ରାର ଶେଖ୍‌କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। କିନ୍ତୁ ମହାରାଷ୍ଟ୍ରରେ ଅନ୍ୟ କିଛି ଅପରାଧରେ ଏମାନଙ୍କର ନାଁ ଥିବାରୁ ଏମାନଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ।    
 
ଗୁଇନ୍ଦା ସଂସ୍ଥା ଇଣ୍ଡିଆନ୍‌ ମୁଜାହିଦ୍ଦିନର ୭ ଜଣ ସଦସ୍ୟଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। କିନ୍ତୁ ଇଣ୍ଡିଆନ୍‌ ମୁଜାହିଦ୍ଦିନର ପ୍ରତିଷ୍ଠାତା ସଦସ୍ୟ ରିୟାଜ ଭଟ୍ଟକଲ୍‌, ଇକ୍‌ବାଲ୍‌ ଭଟ୍ଟକଲ୍‌ ଓ ଅମୀର ରେଜା ଖାନ୍‌ ଏବେ ବି ଫେରାର ଅଛନ୍ତି।  
 
ମୃତ୍ୟୁଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କ ଓକିଲ କହିଛନ୍ତି, ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ। 


from Odisha Reporter https://ift.tt/2Qkkpzm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages