କଂଗ୍ରେସ ବନ୍ଦ୍‌କୁ ବିଜେଡିର ଅଯାଚିତ ସମର୍ଥନ: ଭିତିରି ବୁଝାମଣା ନୁହେଁ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

କଂଗ୍ରେସ ବନ୍ଦ୍‌କୁ ବିଜେଡିର ଅଯାଚିତ ସମର୍ଥନ: ଭିତିରି ବୁଝାମଣା ନୁହେଁ ତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୈଳଦର ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ଡାକରା ଦେଇଥିବା କଂଗ୍ରେସକୁ ଆଜି ବିଜେଡି ସରକାର ପରୋକ୍ଷରେ ଅଯାଚିତ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଆଜି ବିଧାନସଭାରେ ସାଧାରଣ ପ୍ରଶାସନ ଓ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚଦାବି ଉପରେ ଆଲୋଚନାର କାର୍ଯ୍ୟକ୍ରମ ଥିବାବେଳେ ପ୍ରଶ୍ନକାଳରେ ମଧ୍ୟ ପ୍ରଥମ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାୟ ୩ ମିନିଟ୍ ବିଳମ୍ବରେ ଗୃହକୁ ଆସିଥିଲେ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଓ ରବି ନାଏକ ଚାରା ଏବଂ ଓମଫେଡ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ।

କଂଗ୍ରେସର ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିଧାନସଭାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିବା ନିମନ୍ତେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏପରିକି ବନ୍ଦ ଯୋଗୁ  ବିଧାନସଭା ଅଧିବେଶନରେ ଦଳର କୌଣସି ବିଧାୟକ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ।

ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୃହ ମାତ୍ର ୪ମିନିଟ୍ ଚାଲି ପାରିଥିଲା। କଂଗ୍ରେସ ଓ ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ପ୍ରଶ୍ନକାଳ ସମ୍ଭବପର ହୋଇପାରିନଥିଲା।

କଂଗ୍ରେସର ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବିଧାନସଭାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିବା ନିମନ୍ତେ ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଏପରିକି ବନ୍ଦ ଯୋଗୁ  ବିଧାନସଭା ଅଧିବେଶନରେ ଦଳର କୌଣସି ବିଧାୟକ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ।

ମାତ୍ର ଆଜି କଂଗ୍ରେସର ୪ ଜଣ ବିଧାୟକଙ୍କୁ ଗୃହରେ ଦେଖିବାକୁ ମିଳିଥିଲା ଓ ସେମାନେ ଭାରତ ବନ୍ଦ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ। ବିଧାୟକ ତାରାପ୍ରସାଦ ବାହିନୀପତି, କୃଷ୍ଣଚନ୍ଦ୍ର ଶଗରିଆ, ପ୍ରକାଶ ବେହେରା ଓ ଅଂଶୁମାନ ମହାନ୍ତିଙ୍କୁ ଗୃହରେ ଦେଖିବାକୁ ମିଳିଥିଲା।

ବିଜେଡି ମୁଖପାତ୍ର ତଥା ବିଧାୟକ ସମୀର ଦାଶ କହିଥିଲେ ଯେ, ତୈଳଦର ବୃଦ୍ଧିକୁ ବିଜେଡି ବିରୋଧ କରେ କିନ୍ତୁ ବନ୍ଦକୁ ସମର୍ଥନ କରୁନି।



from Odisha Reporter https://ift.tt/2CCyRQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages