ରକ୍ତରେ ସୁଗାର୍‌କୁ ନିୟନ୍ତ୍ରଣରେ ରଖେ ଏହି ତିନି ପ୍ରାକୃତିକ ସାମଗ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ରକ୍ତରେ ସୁଗାର୍‌କୁ ନିୟନ୍ତ୍ରଣରେ ରଖେ ଏହି ତିନି ପ୍ରାକୃତିକ ସାମଗ୍ରୀ

puspa1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ। ଜୀବନଶୈଳୀ ଓ ଖାଦ୍ୟ ପାନୀୟରେ ଅନିମୟମିତତା ସାଙ୍ଗକୁ ବଂଶାନୁକ୍ରମିକ ପ୍ରଭାବ ଯୋଗୁ ସଧାରଣତଃ ରକ୍ତରେ ସୁଗାର୍‌ର ସ୍ତର ବୃଦ୍ଧି ପାଏ। ତେବେ ଡାଇବେଟିସ୍‌ରୁ ସୁରକ୍ଷା ପାଇଁ ପ୍ରଥମେ ରକ୍ତରେ ସୁଗାର୍‌ର ସ୍ତରକୁ ନିଯନ୍ତ୍ରଣ କରିବା ଆବଶ୍ୟକ।

ରକ୍ତରେ ଯଦି ସୁଗାର୍‌ର ସ୍ତର ବଢ଼ୁଛି, ତେବେ ଫାଇବର୍‌ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖଆନ୍ତୁ। ଅଧିକ ପାଣି ପିଇଲେ ମଧ୍ୟ ସୁଗାର୍‌ର ସ୍ତର ନିୟନ୍ତ୍ରିତ ରହିଥାଏ।

ତେବେ ଆୟୁର୍ବେଦ ଅନୁସାରେ, ତିନିଟି ପ୍ରକୃତି ପ୍ରଦତ୍ତ ସାମଗ୍ରୀର ନିୟମିତ ବ୍ୟବହାର ଦ୍ୱାରା ଡାଇବେଟିସ୍‌ ରୋଗୀ ନିଜ ରକ୍ତରେ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ।

The Complete Book of Ayurvedic Home Remedies ଅନୁସାରେ, ତେଜପତ୍ର, ହଳଦୀ ଏବଂ ଆଲୋଭେରାର ବ୍ୟବହାର ଆପଣଙ୍କ ଶରୀରର ରକ୍ତରେ ସୁଗାର୍‌କୁ ନିୟନ୍ତ୍ରଣ କରିଥାଏ।

ତେଜପତ୍ର:
ତେଜପତ୍ରକୁ ପାଣିରେ ଫୁଟାଇ, ଏହି ପାଣିକୁ ନିୟମିତ ପିଇବା ଦ୍ୱାରା ରକ୍ତରେ ସୁଗାର୍‌ର ସ୍ତର ନିୟନ୍ତ୍ରଣରେ ରହିଥାଏ।

ହଳଦୀ:
ଅଳ୍ପ ହଳଦୀକୁ ଆପଣ କ୍ଷୀରରେ ପକାଇ ଡାଇବେଟିସ୍‌ ରୋଗୀଙ୍କୁ ପିଇବାକୁ ଦେଇପାରିବେ। ସବୁବର୍ଗର ଲୋକ ଏହାକୁ ବ୍ୟବହାର କରିପାରିବେ। ହଳଦୀ ରକ୍ତରେ ଥିବା ଟକ୍ସିକ୍‌କୁ ଦୂର କରିଥାଏ।

ଆଲୋଭେରା:
ଗବେଷଣାରୁ ଜଣାପଡ଼ିଛି, ଆଲୋଭେରାରେ ଥିବା ଇମୋଡିନ୍‌ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍‌ର ସ୍ତରକୁ କମ୍‌ କରିଥାଏ। ଏଥିରେ ଥିବା ଗ୍ଲୁକୋମେନନ୍‌ ଏବଂ ମୁସିଲେଜ୍‌ ଫାଇବର୍‌ ଓଜନ ହ୍ରାସ କରିବା ସହ ଭୋକକୁ ଶାନ୍ତ କରିଥାଏ। ଆଲୋଭେରା ଇନ୍‌ସୁଲିନ୍‌ର ସ୍ତରକୁ ନିୟନ୍ତ୍ରଣ କରି ଡାଇବେଟିସ୍‌କୁ କଣ୍ଟ୍ରୋଲ୍‌ କରିଥାଏ।



from Odisha Reporter https://ift.tt/2O4kjgM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages