ଡୋପ୍‌ ଟେଷ୍ଟରେ ଘାସିରାମ ବିଫଳ ହେବା ପାଇଁ ଦାୟୀ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ଡୋପ୍‌ ଟେଷ୍ଟରେ ଘାସିରାମ ବିଫଳ ହେବା ପାଇଁ ଦାୟୀ କିଏ ?

ghasi-ram

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଉଦୀୟମାନ ଭାରୋତ୍ତୋଳକ ଘାସିରାମ ଖରା ଡୋପ୍ କଳଙ୍କରେ ଛନ୍ଦି ହୋଇଛନ୍ତି। ଡୋପ୍ ଟେଷ୍ଟରେ ଦୁଇଥର ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସେ ଚିନ୍ତିତ ହୋଇପଡ଼ିଛନ୍ତି।
ଚଳିତବର୍ଷ ଫେବୃଆରୀରେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ଚାମ୍ପିଅନଶିପ୍‌ରେ ସେ ୩ଟି ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଥିଲେ।

ହେଲେ ଏହି ଖୁସି ବେଶି ସମୟ ରହି ନଥିଲା। କାରଣ ସେଠାରେ ହୋଇଥିବା ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ।

୨ ବର୍ଷ ତଳେ ଘାସିରାମ କୋରାପୁଟର ଆଦିବାସୀ ଅଞ୍ଚଳରୁ ବ୍ରହ୍ମପୁର ଆସିଥିଲେ। ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ଭାରୋତ୍ତୋଳନ ପ୍ରଶିକ୍ଷାର୍ଥୀ ଭାବେ ରହି ଅଭ୍ୟାସ୍‌ କରୁଥିଲେ। ହେଲେ ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ସେ ହଷ୍ଟେଲ୍‌ ଛାଡ଼ି ବ୍ରହ୍ମପୁରରେ ଏକ ଘର ଭଡ଼ାରେ ନେଇ ରହୁଛନ୍ତି।
ଡୋପ୍‌ ଟେଷ୍ଟରେ ବିଫଳ ହେବାକୁ ନେଇ ଘାସିରାମ କହିଛନ୍ତି,“ହଷ୍ଟେଲ୍‌ରେ ମୋତେ ଯେଭଳି ପ୍ରଶିକ୍ଷଣ ଦିଆଯାଇଥିଲା, ସେହି ଅନୁସାରେ ମୁଁ ବିଶାଖାପାଟଣାରେ ୩ଟି ରୌପ୍ୟ ପଦକ ଜିତିଥିଲି। ଏହାପରେ ମୁଁ ଡୋପ୍‌ ଟେଷ୍ଟରେ କିପରି ବିଫଳ ହେଲି, କହି ପାରିବି ନାହିଁ। ମୋ ପ୍ରତି ଷଡ଼ଯନ୍ତ୍ର ହୋଇଛି। ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ।”

ଏହି ଘଟଣା ପରେ ଖେଳ ପ୍ରତି ତାଙ୍କର ଥିବା ଆଗ୍ରହ ଭାଙ୍ଗି ଯାଇଥିବା ସେ କ୍ଷୋଭର ସହ କହିଛନ୍ତି।

ଘାସିରାମ ଡୋପ୍‌ ଟେଷ୍ଟରେ ବିଫଳ ହେବାକୁ ସହଜରେ ଗ୍ରହଣ କରିନାହାନ୍ତି ବ୍ରହ୍ମପୁର ଷ୍ଟାଡିୟମ୍ ଇନ୍‌ଚାର୍ଜ ତଥା ସ୍ପୋର୍ଟସ୍‌ ହଷ୍ଟେଲର ଭାରୋତ୍ତୋଳକ ପ୍ରଶିକ୍ଷକ ସଚ୍ଚିନ୍ଦ୍ର ମାଝି। ସେ କହିଛନ୍ତି, “ଘାସିରାମଙ୍କ ସହଅନଭିଜ୍ଞ କୋଚ୍ ଯାଇଥିବାରୁ ତାଙ୍କ ସହ ଏଭଳି ଘଟିଛି।”

ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ଜାତୀୟ ଭାରୋତ୍ତୋଳନ ସଂଘରୁ ଓଡ଼ିଶା ଭାରୋତ୍ତୋଳକ ସଂଘକୁ ଏକ ଚିଠି ଆସିଛି। ଏଥିରେ ଘାସିରାମଙ୍କୁ ସଂଘ ୫୦ ହଜାର ଟଙ୍କା ଜରିମାନା କରିଥିବା ଉଲ୍ଲେଖ ରହିଛି।



from Odisha Reporter https://ift.tt/2NghaKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages