ପପ୍‌ ଗାୟିକାଙ୍କୁ ଏମିତି ଆଲିଙ୍ଗନ କରି କ୍ଷମା ମାଗିଲେ ବିଶପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ପପ୍‌ ଗାୟିକାଙ୍କୁ ଏମିତି ଆଲିଙ୍ଗନ କରି କ୍ଷମା ମାଗିଲେ ବିଶପ୍‌

_ariana-grande-groped-1

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଆମେରିକାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ଗୀତିକାର ଆରିଥା ଫ୍ରାଙ୍କ୍‌ଲିନ୍‌ଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସମାରୋହରେ ସଭା ପରିଚାଳନା କରୁଥିବା ବିଶପ୍‌ଙ୍କୁ ତାଙ୍କ ଆଚରଣ ପାଇଁ ଶେଷରେ କ୍ଷମା ମାଗିବାକୁ ପଡ଼ିଛି।

ଗତ ଅଗଷ୍ଟ ୧୬ ତାରିଖରେ ଦେହତ୍ୟାଗ କରିଥିବା ଆମେରିକାର ଜଣାଶୁଣା କଣ୍ଠଶିଳ୍ପୀ ଓ ଗୀତିକାର ଆରିଥା ଫ୍ରାଙ୍କ୍‌ଲିନ୍‌ଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ବହୁ ନାମୀ ଦାମୀ ବ୍ୟକ୍ତିତ୍ୱ ସାମିଲ୍ ହୋଇଥିଲେ। ଏହି ସମାରୋହରେ ଆରିଥା ଗାଇଥିବା ଲୋକପ୍ରିୟ ଗୀତଗୁଡ଼ିକ ପରିବେଷଣ କରାଯାଇଥିଲା।

ଇଟାଲୀୟ ବଂଶୋଦ୍ଭବ ଆମେରିକୀୟ ପପ୍‌ ଗାୟିକା ଆରିଆନା ଗ୍ରାଣ୍ଡେ ଏହି ସ୍ମୃତି ସମାରୋହରେ ଆରିଥା ଫ୍ରାଙ୍କ୍‌ଲିନ୍‌ଙ୍କ ହିଟ୍‌ ଗୀତ ‘ନ୍ୟାଚୁରାଲ୍ ୱିମ୍ୟାନ୍‌’ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ତେବେ ୨୫ ବର୍ଷିୟା ଏହି ପପ୍‌ ଗାୟିକାଙ୍କ ଚମତ୍କାର କଣ୍ଠ ଓ ସଂଗୀତ ପରିବେଷଣ ଶୈଳୀ ପାଇଁ ଧନ୍ୟବାଦ ଜଣାଇବାକୁ ଯାଇ ଉତ୍ସବ ପରିଚାଳନା କରୁଥିବା ବିଶପ୍‌ ଚାର୍ଲ୍‌ସ୍‌ ଏଚ୍‌ ଏଲିସ୍‌-୩ ଆରିଆନାଙ୍କୁ ଆଲିଙ୍ଗନ କରିଥିଲେ। ଏହା ପୂର୍ବରୁ ବିଶପ୍‌ ଏଲିସ୍‌ ଆରିଆନାଙ୍କ ଉଦ୍ଦେଶ୍ୟରେ ଏକ ହାସ୍ୟରସାତ୍ମକ ଟିପ୍ପଣୀ ମଧ୍ୟ ଦେଇଥିଲେ।

ତେବେ ଏହି ଅନ୍ତରଙ୍ଗ ଆଲିଙ୍ଗନବେଳେ ବିଶପ୍‌ ଆରିଆନାଙ୍କ ଛାତିକୁ ସ୍ପର୍ଶ କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

_ariana-grande-groped-2

ପରେ ଏହାକୁ ନେଇ ଚାରିଆଡ଼ୁ ବ୍ୟାପକ ସମାଲୋଚନା ହେବା ପରେ ଶନିବାର ନିଜର ଆଚରଣ ପାଇଁ ବିଶପ୍‌ ଏଲିସ୍‌  କ୍ଷମାପ୍ରାର୍ଥନା କରିଛନ୍ତି। ଆମେରିକାର ଗଣମାଧ୍ୟମକୁ ବିଶପ୍ କହିଛନ୍ତି, “କୌଣସି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ମୋ ଆଲିଙ୍ଗନର ଉଦ୍ଦେଶ୍ୟ ନଥିଲା। ଆରିଆନାଙ୍କୁ ଆଲିଙ୍ଗନ କରିବା ପାଇଁ ମୁଁ କେବଳ ମୋ ହାତ ଦୁଇଟିକୁ ବଢ଼ାଇଥିଲି। ହୋଇପାରେ ଅଧିକ ଭାବବିହ୍ୱଳ ହୋଇ ମୁଁ ମୋ ସୀମା ଉଲ୍ଲଙ୍ଘନ କରିଛି। ତେବେ ସେ ଯାହା ହେଉ ନା କାହିଁକି, ଏଥିପାଇଁ ମୁଁ ଦୁଃଖିତ ଏବଂ ପୁଣି ଥରେ କ୍ଷମା ମାଗୁଛି।”_ariana-grande3ଆରିଆନା ସଙ୍ଗୀତ ପରିବେଷଣ କରିସାରିବା ପରେ ତାଙ୍କୁ ଆଲିଙ୍ଗନ କରିବା ପୂର୍ବରୁ ବିଶପ୍ ଏଲିସ୍ କହିଥିଲେ ଯେ ଗ୍ରାଣ୍ଡେଙ୍କୁ ଏହି ସମାରୋହରେ ଦେଖି ତାଙ୍କୁ ନୂଆ ପ୍ରକାରର ‘ଟାକୋ ବେଲ୍‌’ (ଲୋକପ୍ରିୟ ମେକ୍ସିକାନ୍‌ ଫାଷ୍ଟ୍‌ ଫୁଡ୍‌ ଚେନ୍‌) ଦେଖିବା ପରି ଲାଗୁଛି।

ଏପରି ହାସ୍ୟରସାତ୍ମକ ଟିପ୍ପଣୀ ପାଇଁ ମଧ୍ୟ ବିଶପ୍ ଇଲିସ୍‌ ‍ଆରିଆନା ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ବ୍ୟକ୍ତିଗତ କ୍ଷମା ପ୍ରାର୍ଥନା କରିଛନ୍ତି।

ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ ମଧ୍ୟ ଉପସ୍ଥିତ ଥିଲେ।



from Odisha Reporter https://ift.tt/2PszYn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages