ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଲଜ୍ଜା: ଗଣ ଦୁଷ୍କର୍ମ ପୀଡ଼ିତା ନାବାଳିକା ୭ ମାସର ଗର୍ଭବତୀ

ଜଳେଶ୍ୱର (ଅଜିତ କୁମାର ଦାସ): ସମାଜ ପାଇଁ ଲଜ୍ଜା। ପୁଣି ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ। ଘରେ ବାପା-ମାଆ ନଥିବାର ସୁଯୋଗ ନେଇ ୫ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡ଼ିବା ପରେ ଘଟଣା ପଦାକୁ ଆସିଥିଲା। ଆଜି ଏମିତି ଦୁଇ ଦୁଇଟି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।

ଅଭିଯୋଗରୁ ପ୍ରକାଶ, ୧୬ ବର୍ଷୀୟ ନାବାଳିକାଙ୍କ ବାପା ଓ ମାଆ ଭୋଗରାଇ ଅଞ୍ଚଳରେ ଏକ ଇଟା ଭାଟିରେ କାମ କରନ୍ତି। ଘରେ ନାବାଳିକା ଭଉଣୀ ଓ ତାଙ୍କ ବଡ଼ ଭାଇ ରୁହନ୍ତି। ବଡ଼ ଭାଇଙ୍କ ଅନୁପସ୍ଥିତିରେ ୫ ଜଣ ଯୌନ ପିପାସୁ ରାକ୍ଷସ ଘରେ ପଶି ନାବାଳିକାକୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୟରେ ନାବାଳିକା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହୁନଥିଲା।

ତେବେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ସେ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ପରେ ମାମଲାକୁ ଗାଁରେ ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ସଫଳ ନହେବାରୁ ଗତ ୮ ତାରିଖରେ ନାବାଳିକାଙ୍କ ବାପା ଏନେଇ ରାଇବଣିଆ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମିଥୁନ୍‌ ହାଁସଦା (୩୦), ପରାନ୍‌ ସୋରେନ୍‌(୩୮) ଓ କାନ୍ଦୁ ମୁର୍ମୁ(୫୫)ଙ୍କୁ ଗିରଫ କରିଛି। ଅନ୍ୟ ଦୁଇ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।



from Odisha Reporter https://ift.tt/2O2QRED

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages