“ଓଡ଼ିଶାରେ ଚାଲିଛି ତାମିଲ୍‌ ଶାସନ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

“ଓଡ଼ିଶାରେ ଚାଲିଛି ତାମିଲ୍‌ ଶାସନ”

ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଆଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ କରିଛନ୍ତି, ପ୍ରଶାସନର ଅଗୋଚରେ ଯାଜପୁରରେ ଗୋଚର ଓ ଦେବୋତ୍ତର ବିଭାଗର ଜମିରେ ଚାଲିଥିବା ରାମକୋ କମ୍ପାନୀ ବେଆଇନ କାମ କରୁଥିଲେ ମଧ୍ୟ ସରକାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଚାଲିଛି ତାମିଲ ଶାସନ। ଯାଜପୁରରେ ରାମ୍‌କୋ ସିମେଣ୍ଟ କାରଖାନାର ତାମିଲ୍ ଲିଙ୍କ ଓ ତଥାକଥିତ ‘ଗଡଫାଦର’ଙ୍କ ଭୂମିକା କଥା ଉଠାଇ ଆଜି ସରକାରଙ୍କୁ ପୁଣି ହରଡ଼ ଘଣାରେ ପକାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ। କେବଳ ଏତିକି ନୁହେଁ, ସ୍ୱାସ୍ଥ୍ୟ ବିଭାଗର ପଳାତକ ଡାକ୍ତର ଓ ଦୁର୍ବଳ ଭିତ୍ତିଭୁମି କଥା ସେ ଉଠାଇଛନ୍ତି।

ସେ କହିଛନ୍ତି-“ଓଡ଼ିଶାରେ ଚାଲିଛି ତାମିଲ ଉପନିବେଶ। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଆଉ କେତେଜଣ ଭଣ୍ଡୁର କରୁଛନ୍ତି। ଠିକ୍‌ ସେତିକି ବେଳେ ଅମଲାମାନଙ୍କୁ ବାଟକୁ ଆଣିବା ପାଇଁ ଯେଉଁମାନେ ଅଛନ୍ତି, ସେମାନେ ଲାଙ୍ଗୁଡ଼ ଜାକୁଛନ୍ତି। ଓଡ଼ିଆ ଆଇଏଏସ୍‌ଙ୍କର ସ୍ୱାଭିମାନ ନାହିଁ। ସେମାନେ କାହା ପାଖରେ ମୁଣ୍ଡ ଗଡ଼ାଉଛନ୍ତି? ସେମାନଙ୍କର ଓଡ଼ିଶା ସ୍ୱାର୍ଥ ପ୍ରତି ଟିକେ ହେଲେ ଦରଦ ନାହିଁ। ଏକଥା ସବୁ ଜାଣିଛନ୍ତି। ହେଲେ କେହି ମୁହଁ ଖୋଲୁ ନାହାନ୍ତି। ଆଉ ମୋ ତୁଣ୍ଡରୁ ବାହାରିବା ପରେ ନାଟକ କରିବେ। ଆଉ ଗଡ଼ ଫାଦର କିଏ ଜାଣି ନାହାନ୍ତି ବୋଲି କହିବେ।”

ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଆଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ କରିଛନ୍ତି, ପ୍ରଶାସନର ଅଗୋଚରେ ଯାଜପୁରରେ ଗୋଚର ଓ ଦେବୋତ୍ତର ବିଭାଗର ଜମିରେ ଚାଲିଥିବା ରାମକୋ କମ୍ପାନୀ ବେଆଇନ କାମ କରୁଥିଲେ ମଧ୍ୟ ସରକାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗକୁ ଟାର୍ଗେଟ 

କେବେଳ ସେତିକି ନୁହେଁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ହୋଇଥିବା ନିଷ୍ପତ୍ତି କଥା ଉଠାଇ ପଳାତକ ୧୨୦୦ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନି ବୋଲି ପ୍ରଶ୍ନ କରି ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ଡାକ୍ତର ଡାକ୍ତର ରାଉତ।

ଭିତ୍ତିଭୂମି ବିକାଶ ପାଇଁ ତାଙ୍କ ସମୟରେ ଆରମ୍ଭ ହୋଇଥିବା ୩ ହଜାର କୋଟିର ଯୋଜନା କୁଆଡ଼େ ଗଲା ଓ ମୋତିଲାଲ୍‌ ଗୌଡ଼ଙ୍କ ଲିଙ୍କରେ ନୟାଗଡରେ ନାଲ୍‌କୋ ପାଖରୁ ୬୦ ଲକ୍ଷ ଟଙ୍କା ନେଇ କିଏ ଲାବରୋଟାରୀ କରିଥିଲା ବୋଲି ପ୍ରଶ୍ନ କରି ଏଥିରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ଘାଇଲା କରିଛନ୍ତି।



from Odisha Reporter https://ift.tt/2MhOfB9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages