ଆସନ୍ତକାଲି ପୁଣି ଭାରତ-ପାକିସ୍ତାନ୍‌ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଆସନ୍ତକାଲି ପୁଣି ଭାରତ-ପାକିସ୍ତାନ୍‌ ଲଢ଼େଇ

ଦୁବାଇ: ଏସିଆ କପ୍‌ର ଲିଗ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତକାଲି ପୁଣିଥରେ ସୁପର ଫୋର୍‌ ପର୍ଯ୍ୟାୟରେ ସର୍ଫରାଜ ଆଣ୍ଡ କୋଙ୍କୁ ଭେଟିବ।

ଏହି ମ୍ୟାଚ୍‌କୁ ଜିତି ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଫାଇନାଲ୍‌ ଟିକେଟ୍‌ ହାସଲ କରିବାକୁ ଜୋରଦାର ଉଦ୍ୟମ କରିବ। ସେହିଭଳି ଲିଗ୍‌ ପରାଜୟର ପ୍ରତିଶୋଧ ନେବାକୁ ସର୍ଫରାଜ ଅହମ୍ମଦଙ୍କ ପାକିସ୍ତାନ ଲକ୍ଷ୍ୟ ରଖିଛି। ସୁପର ଫୋର୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଲିଗ୍‌ ମ୍ୟାଚଠାରୁ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଭାରତୀୟ ସମୟ ଅପରାହ୍ମ ୫ଟାରେ ଦୁବାଇରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମଇଦାନକୁ ଓହ୍ଲାଇବେ।

ଏସିଆ କପ୍‌ରେ ଅପରାଜେୟ ଥିବା ଟିମ୍‌ ଇଣ୍ଡିଆ ନିଜର ବିଜୟ ଧାରାକୁ ଅତୁଟ ରଖିବାକୁ ଚାହିଁବ। ଭାରତୀୟ ଟିମ୍‌ କେବଳ ହଂକଂ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଛାଡ଼ି ଦେଲେ ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ହଂକଂ ବିପକ୍ଷରେ ପ୍ରଭାବହୀନ ବୋଲିଂ କରିଥିବା ଭାରତୀୟ ବୋଲର୍‌ ପାକିସ୍ତାନ ବିପକ୍ଷରେ ଉଭୟ ଶାଣିତ ସୁଇଂ ଓ ସ୍ପିନ୍‌ର ଧାକ୍‌ ଦେଖାଇଥିଲେ।

ସେହିପରି ବାଂଲାଦେଶ ବିପକ୍ଷ ସୁପର୍‌ ଫୋର୍‌ରେ ମଧ୍ୟ ଭାରତୀୟ ବୋଲର୍‌ ଶାଣିତ ଢଙ୍ଗରେ ବୋଲିଂ କରି ପୂରା ଟିମ୍‌କୁ ମାତ୍ର ୧୭୩ ରନ୍‌ରେ ଅଲଆଉଟ୍‌ କରିଦେଇଥିଲେ। ଲଗାତାର ୩ଟି ମ୍ୟାଚ୍‌ ଜିତି ଆତ୍ମବିଶ୍ୱାସ ଭରା ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଆସନ୍ତକାଲି ନିଜର ବିଜୟ ଧାରାକୁ ଅତୁଟ ରଖିବାକୁ ଶତପ୍ରତିଶତ ଉଦ୍ୟମ କରିବ।

ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବୋଲିଂ କରିଥିବା ଅଣ୍ଡର ଆର୍ମ ସ୍ପିନର୍‌ କେଦାର ଯାଦବ ବାଂଲାଦେଶ ବିପକ୍ଷରେ ଆଦୌ ବୋଲିଂ କରି ନଥିଲେ। ବାଂଲା ବିପକ୍ଷ ମ୍ୟାଚ୍‌ରେ ଅନ୍ୟ ବୋଲର୍‌ମାନେ ସେମାନଙ୍କ ଧାକ୍‌ ଦେଖାଇଥିଲେ। ବିଶେଷ କରି ଟିମ୍‌କୁ ଗୋଟିଏ ବର୍ଷ ପରେ କମ୍‌ ବ୍ୟାକ୍‌ କରିଥିବା ରବୀନ୍ଦ୍ର ଜାଡେଜା ନିଜର କରାମତି ଦେଖାଇଥିଲେ। ତେଣୁ ଆସନ୍ତାକାଲି କେଦାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ସେହିପରି ଅଧିନାୟକ ରୋହିତ ଶର୍ମା ଓ ଶିଖର ଧୱନ ଜବରଦସ୍ତ ଫର୍ମରେ ରହିଛନ୍ତି। ୪ ନଂ ସ୍ଥାନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ମଧ୍ୟ କେତେକାଂଶରେ ଦୂର ହୋଇଛି। କାରଣ, ବାଂଲାଦେଶ ବିପକ୍ଷରେ ୪ ନଂ ସ୍ଥାନରେ ଆସିଥିବା ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ୩୩ ରନ୍‌ କରି ଲୟରେ ଥିବା ପ୍ରମାଣିତ କରିସାରିଛନ୍ତି। ତେଣୁ ଭାରତୀୟ ଦଳ ଏବେ ଏସିଆ କପ୍‌ର ସବୁଠାରୁ ସନ୍ତୁଳିତ ଦଳ କହିଲେ ଭୁଲ ହେବନାହିଁ।

ସେହିପରି ପେସ୍‌ ବାହିନୀର ଦାୟିତ୍ୱ ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍ରାଙ୍କ ଉପରେ ରହିଛି। ଉଭୟ ନିଜର ଅସଲ ଯାଦୁ ମଧ୍ୟ ଦେଖାଇ ସାରିଛନ୍ତି। କ୍ରିକେଟ୍‌ ପଣ୍ତିତଙ୍କ ମତରେ ଆସନ୍ତକାଲି ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ୍‌।

ସେହିପରି ଲିଗ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ପାକିସ୍ତାନ ଯେକୌଣସି ମୂହୁର୍ତ୍ତରେ ଟିମ୍‌ ଇଣ୍ଡିଆକୁ ସରପ୍ରାଇଜ୍‌ ଦେବାର କ୍ଷମତା ରଖିଛି। ପାକିସ୍ତାନ ମଧ୍ୟ ତା’ର ସୁପର ଫୋର୍‌ ମୁକାବିଲାକୁ ଜିତି ଆତ୍ମବିଶ୍ୱାସ ହାସଲ କରିଛି। ଯଦି ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ପରାସ୍ତ କରୁଛି, ତା’ହେଲେ ଦଳ ଫାଇନାଲ୍‌କୁ ଯିବା ଏକ ପ୍ରକାରର ନିଶ୍ଚିତ ହୋଇଯିବ।

ଏଥିସହ ପାକିସ୍ତାନ ଲିଗ୍‌ ପରାଜୟର ପ୍ରତିଶୋଧ ମଧ୍ୟ ନେଇ ପାରିବ। ପାକିସ୍ତାନର ଷ୍ଟାର ବୋଲର୍‌ ମହମ୍ମଦ ଆମୀର ଏଯାଏ, ତାଙ୍କ ପ୍ରଭାବ ଦେଖାଇ ନାହାନ୍ତି। ଯଦି ଆସନ୍ତାକାଲି ସେ ଲୟକୁ ଫେରିବେ, ତା’ହେଲେ ଟିମ୍‌ ଇଣ୍ଡିଆକୁ ମ୍ୟାଚ୍‌ ଜିତିବା ସହଜ ହେବ ନାହିଁ। ଆମୀରଙ୍କ ବ୍ୟତୀତ ହାସନ ଅଲ୍ଲୀ ଓ ଲେଗ୍‌ ସ୍ପିନର ଶଦାବ ଖାନ୍‌ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବେ।

ତେବେ ଆକଳନ କହୁଛି, ଏସିଆ କପ୍‌ରେ ପାକିସ୍ତାନ ତୁଳନାରେ ଭାରତ ପଲା ଭାରୀ ରହିଛି। ଉଭୟ ୧୩ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୭ଥର ଜିତିଛି। ସେହିପରି ପାକିସ୍ତାନ ୫ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ।



from Odisha Reporter https://ift.tt/2QLRGn4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages