ନବୀନ ବାବୁ ଏତେ ଉତକ୍ଷିପ୍ତ କାହିଁକି, ପଚାରିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ନବୀନ ବାବୁ ଏତେ ଉତକ୍ଷିପ୍ତ କାହିଁକି, ପଚାରିଲେ ଧର୍ମେନ୍ଦ୍ର

ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ସଂସ୍ଥା ମହାରାଷ୍ଟ୍ର ଏକାଡେମୀ ଅଫ୍ ଇଂଜିନିୟରିଂ ଆଣ୍ଡ ଏଜୁକେସନ ରିସର୍ଚ୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ବୋଲି ସେ କହିଛନ୍ତି। ଏହି ସଂସ୍ଥା ବିରୋଧରେ ଉପଯୁକ୍ତ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସଭାରେ କିଛି ବକ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତକ୍ଷିପ୍ତ ହେବା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ଏହା ନୂଆ କଥା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିବା ବେଳେ ସେ କାହିଁକି ତାଙ୍କ ଉପରେ ରାଗ ସୁଝାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ।:ପ୍ରେସ ସମ୍ମିଳନୀ ଓ ତା ପରେ ଏକ ବିବୃତି ଜରିଆରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ମତ ଓ ବକ୍ତବ୍ୟ ରଖିଛନ୍ତି।

ନବୀନ ଉଠାଇଥିବା ତାଙ୍କ ମନ୍ତ୍ରାଳୟ ସମ୍ପର୍କିତ ଦୁର୍ନୀତି ଅଭିଯୋଗର ଜବାବ 

ଉଜ୍ୱଳା ଓ ସ୍କିଲ ଇଣ୍ଡିଆରେ ସ୍କାମ ପ୍ରସଙ୍ଗ ଉଠାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ଦୁର୍ନୀତିରେ ସଂପୃକ୍ତ ସଂସ୍ଥା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ସଂସ୍ଥା ମହାରାଷ୍ଟ୍ର ଏକାଡେମୀ ଅଫ୍ ଇଂଜିନିୟରିଂ ଆଣ୍ଡ ଏଜୁକେସନ ରିସର୍ଚ୍ଚ ଏହି ସ୍କିଲ ଦୁର୍ନୀତିରେ ଅଭିଯୁକ୍ତ ବୋଲି ସେ କହିଛନ୍ତି। ଏହି ସଂସ୍ଥା ବିରୋଧରେ ଉପଯୁକ୍ତ ତଦନ୍ତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉଜ୍ଜ୍ଵଳା ସ୍କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପାଞ୍ଚ କୋଟି ଓ ରାଜ୍ୟର ୩୪ ଲକ୍ଷ ଗରିବ ମହିଳାଙ୍କ ଘରେ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପସନ୍ଦରେ ରାଜ୍ୟର କେଉଁ ବି ଜିଲ୍ଲା, ଗାଁ ଓ ହିତାଧିକାରୀ ବାଛନ୍ତୁ। ମୁଖ୍ୟମନ୍ତ୍ରୀ ଡାକିଲେ ସେ ମଧ୍ୟ ତାଙ୍କ ସାଥିରେ ଯିବେ ଓ ସଂପୃକ୍ତ ମହିଳାଙ୍କ ଘରେ ଚା ପିଇ କଥାବାର୍ତ୍ତା କଲେ ଉଜ୍ୱଳା ଯୋଜନାରେ ସ୍କାମ ହୋଇଛି ବା ମହିଳା ଉପକୃତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ପିସିରେ ଓଡିଆ ଲୋକ ପେଷି ହୋଇ ଯାଉଛନ୍ତି କହିବା ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ମାତ୍ର ତାଙ୍କର ‘ପିସି ମଷ୍ଟ ଷ୍ଟପ୍’ ବିବୃତି ଓଡିଶାରେ ଦୁର୍ନୀତିର ସ୍ୱୀକୃତି ସଦୃଶ । ରାଜ୍ୟ ସରକାରଙ୍କର ପ୍ରଚାର ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ହ୍ବାଟ୍ସଆପ ମାଧ୍ୟମରେ ଗଣମାଧ୍ୟମରେ ପ୍ରସାରିତ କରା ଯାଇଥିଲା କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସ୍ବଚ୍ଛ ଭାରତ ଅଭିଯାନ ପ୍ରସଙ୍ଗ 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ସ୍ୱଚ୍ଛ ଭାରତ ଅଭିଯାନର ଗତି ଧିମା ହେବା ନେଇ ପ୍ରଧାନମନ୍ତ୍ରୀ ମୂଳରୁ ଚିନ୍ତିତ ରହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ ଘରୁ ଆସିଥିବା କାରଣରୁ ଶୌଚ ହେବା ପାଇଁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାର କଷ୍ଟ ବୁଝିଛନ୍ତି, ଯାହା ମୁଖ୍ୟମନ୍ତ୍ରୀ ବୁଝି ପାରିବେ ନାହିଁ। ମାସିକ ପ୍ରଗତି ରିଭ୍ୟୁ ସମୟରେ ଓଡିଶାର ମୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି କଲେକ୍ଟରଙ୍କୁ ମଧ୍ୟ ଏ ବିଷୟରେ ଗୁରୁତ୍ୱର ସହ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଆଜି ବିମାନ ବନ୍ଦରରେ ଓହ୍ଲଉ ଓହ୍ଲଉ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସ୍ୱଚ୍ଛତା ନେଇ ସେ ଦେଇଥିବା ଦାୟିତ୍ୱ ସମ୍ପର୍କରେ ମନେ ପକାଇ ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପ୍ରଶ୍ନ 

କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନା ଠାରୁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ସମ୍ପର୍କରେ ଶ୍ରୀ ପ୍ରଧାନ ପ୍ରତିକ୍ରିୟା ଦେଇ କେତେକ ପ୍ରଶ୍ନ ଉଠାଇଛନ୍ତି। ଯେ ବିଭିନ୍ନ ବିଜ୍ଞାପନରେ ୭୦ ଲକ୍ଷ ପରିବାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାରେ ସାମିଲ ହେବେ ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ସେହି ଯୋଜନାରେ ୫୦ ଲକ୍ଷ ପରିବାର ସାମିଲ ହେବେ ବୋଲି କେଉଁ ଆଧାରରେ କହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତା’ ଛଡ଼ା ରାଜ୍ୟର ଲୋକଙ୍କ କ୍ୟାନସର ବା ହାର୍ଟ ସମସ୍ୟା ହେଲେ ବାହାର ରାଜ୍ୟକୁ ଗଲେ ସେମାନଙ୍କୁ କିଏ ଚିକିତ୍ସା ସୁବିଧା ଦେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଗୋଟିଏ ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କା ବ୍ୟବସ୍ଥା କଲେ ୭୦ ଲକ୍ଷ ପରିବାର ପାଇଁ ସାଢେ ତିନି ହଜାର କୋଟି ଟଙ୍କା ଆବଶ୍ୟକ ଥିଲା ବେଳେ ରାଜ୍ୟ ସରକାର ମାତ୍ର ୨୯୦ କୋଟି ଟଙ୍କା ବ୍ୟୟବରାଦ କାହିଁକି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତିଦିନ ଆବେଦନ କରିଥିବା ବ୍ୟକ୍ତି ମାନଙ୍କର ଭେରିଫିକେସନର ରିପୋର୍ଟକୁ ୱେବସାଇଟ ମାଧ୍ୟମରେ କାହିଁକି ସାର୍ବଜନୀନ କରା ଯାଉନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଆଜି ବି କଟକ ମେୟରଙ୍କ ପରି ବିଜେଡିର କର୍ମୀ ମାନଙ୍କୁ ଏହି ଯୋଜନାରେ ସାମିଲ କରି ଅଣ ବିଜେଡି ଲୋକମାନଙ୍କୁ ଏଥିରୁ ବାଦ ଦେବା ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି

ତୈଳଦର ବୃଦ୍ଧି ପ୍ରସଙ୍ଗ 

ପେଟ୍ରୋଲ ଦରର ମୂଲ୍ୟବୃଦ୍ଧି ମାମଲାରେ କେନ୍ଦ୍ର ସରକାର ଦୁଇ ଟଙ୍କା ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟର ଆର୍ଥିକ କ୍ଷତି ହେଉଥିବା ଖୋଦ ରାଜ୍ୟର ଅର୍ଥମନ୍ତ୍ରୀ କହିଥିଲେ। ପଶ୍ଚିମ ବଙ୍ଗ, କର୍ଣ୍ଣାଟକା ସମେତ ଅଣ ବିଜେପି ଶାସିତ ରାଜ୍ୟ ଭ୍ୟାଟ କମାଇଥିବା ବେଳେ ଓଡିଶା କାହିଁକି ଟିକସ କମାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ୨୦୧୪ ମସିହାରେ ପେଟ୍ରୋଲରୁ ରାଜ୍ୟର ନିଜସ୍ୱ ଟିକସ ୩ ହଜାର କୋଟି ଥିବା ବେଳେ ଆଜିର ଦିନରେ ଏହା ୭ ହଜାର କୋଟି ବୋଲି ସେ କହିଛନ୍ତି ।



from Odisha Reporter https://ift.tt/2OLmByw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages