ନଦୀକୁ ଖସିଲା ବସ୍‌, ୧୭ ଜଣଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ନଦୀକୁ ଖସିଲା ବସ୍‌, ୧୭ ଜଣଙ୍କ ଜୀବନ ଗଲା

ଶ୍ରୀନଗରଜମ୍ମୁ-କଶ୍ମୀରର ଖିସ୍ତିୱାର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୭ ଜଣଙ୍କୁ ନେଇ ଯାଉଥିବା ଏକ ମିନିବସ୍‌ ଭାରସାମ୍ୟ ହରାଇ ଚେନାବ ନଦୀରେ ଖସି ପଡ଼ିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ବସ୍‌ଟି ୨୭ ଜଣ ଯାତ୍ରୀଙ୍କୁ ନେଇ କେଶୱାନରୁ ଖିସ୍ତିୱାର ଯାଉଥିବା ବେଳେ କୁରିୟା-କେଶୱାନ୍‌ ଲିଙ୍କ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି।

ଡିଜିପି ଅଙ୍ଗ୍ରେଜ୍‌ ସିଂହ ରାଣା କହିଛନ୍ତି, ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏଭଳି ଘଟଣା ଘଟିଛି। ବସ୍‌ଟି ନଦୀକୁ ଖସି ପଡ଼ିବା ଯୋଗୁ ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତ ୧୧ ଜଣଙ୍କୁ ହେଲିକପ୍ଟର୍‌ରେ ଜମ୍ମୁରେ ଥିବା ସରକାରୀ ମେଡିକାଲ୍‌ ଓ କଲେଜ୍‌କୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ମିଳିବ। 



from Odisha Reporter https://ift.tt/2x9mZjJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages