ଜାଣନ୍ତୁ ମୁହଁରେ କିପରି କରିବେ ସୁଗାର୍‌ ସ୍କ୍ରବ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଜାଣନ୍ତୁ ମୁହଁରେ କିପରି କରିବେ ସୁଗାର୍‌ ସ୍କ୍ରବ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମସ୍ତ ଭାରତୀୟଙ୍କ ପ୍ରଥମ ପସନ୍ଦ ମିଠାଜାତୀୟ ଖାଦ୍ୟ। ମିଠା ବା ଚିନିକୁ ଆପଣ ଖାଇବା ସହିତ ମୁହଁରେ ମଧ୍ୟ ଲଗାଇ ପାରିବେ। ଏହାକୁ ମୁହଁରେ ଲଗାଇଲେ ଅନେକ ଫାଇଦା ମିଳିଥାଏ। ମୁହଁର ଚର୍ମ କୁଞ୍ଚନରୁ ରକ୍ଷା ପାଇବା ପାଇଁ ଚିନିର ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ ସୁଗାର୍‌ ସ୍କ୍ରବ୍‌ କରିବାକୁ ପଡ଼ିବ। ଯାହା କରିବା ଦ୍ୱାରା ଆପଣ ଏକ ଚିକ୍କଣ ଆଉ ସୁସ୍ଥ ତ୍ୱଚା ପାଇ ପାରିବେ। ତା ହେଲେ ଆସନ୍ତୁ ଜାଣିବା ମୁହଁରେ ସୁଗାର୍‌ ସ୍କ୍ରବ୍‌ର ବ୍ୟବହାର କିପରି କରିବେ।pu10
ସୁଗାର୍‌ ସ୍କ୍ରବ୍‌
ଯଦି ଆପଣ ଜଲ୍‌ଦିରେ ଅଛନ୍ତି, ତେବେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ। ଏହାପରେ କିଛି ଚିନି ଆଣି ହାଲ୍‌କା ଭାବରେ ମୁହଁରେ ୩ରୁ ୪ମିନିଟ୍‌ ପର୍ଯ୍ୟନ୍ତ ମାଲିସ୍‌ କରନ୍ତୁ। ମାଲିସ୍‌ କରିବା ପରେ ସଫା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାପରେ ଦେଖିବେ ଆପଣଙ୍କ ସ୍କିନ୍ ଉଜ୍ଜ୍ୱଳ ଦେଖାଯିବ।
ସୁଗାର୍‌ ସ୍କ୍ରବ୍‌ ଏବଂ ଗ୍ରୀନ୍‌ ଟି
ଗ୍ରୀନ୍‌ ଟିକୁ ପାଣିରେ ମିଶାଇ ଛାଣି ଦିଅନ୍ତୁ ଏବଂ ସେଥିରେ କିଛି ଚିନି ମିଶାନ୍ତୁ। ବର୍ତ୍ତମାନ ଏହି ସୁଗାର୍‌ ସ୍କ୍ରବ୍‌କୁ ମୁହଁରେ ଲଗାନ୍ତୁ। ଏହାକୁ ବ୍ୟବହାର କଲେ ମୁହଁରେ ଦେଖାଯାଉଥିବା ଚର୍ମ କୁଞ୍ଚନ ଭଲ ହୋଇଥାଏ। ଏହି ସ୍କ୍ରବ୍‌ରେ ଆଣ୍ଟିବାୟୋଟିକ୍‌ ଗୁଣ ରହିବା ସହିତ ଏନ୍‌ଜାଇମ୍‌ ଏବଂ ଆମିନୋ ଏସିଡ୍‌ ରହିଛି, ଯାହା ଚର୍ମ ପାଇଁ ଭଲ।
ସୁଗାର୍‌ ସ୍କ୍ରବ୍‌ ଏବଂ କ୍ଲିଞ୍ଜର୍‌
କ୍ଲିଞ୍ଜର୍‌ ସହିତ କିଛି ଚିନି ମିଶାନ୍ତୁ। ଏହାକୁ ମୁହଁରେ ମାଲିସ୍‌ କରନ୍ତୁ ଏବଂ କିଛି ସମୟ ପରେ ମୁହଁକୁ ଧୋଇଦିଅନ୍ତୁ।
ବାଦାମ ତେଲ ଏବଂ ସୁଗାର୍‌ ସ୍କ୍ରବ୍‌
୧ ଚାମଚ ଚିନି ଏବଂ ୨ ଚାମଚ ବାଦାମ ତେଲ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ମାଲିସ୍‌ କରି ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ବାଦାମ ତେଲରେ ଭିଟାମିନ୍‌ ସି ରହିଛି, ଯେଉଁଥିରେ ସ୍କିନ୍‌ ସମସ୍ୟା ଦୂର ହୋଇଥାଏ।
ଦହି ଏବଂ ସୁଗାର୍‌ ସ୍କ୍ରବ୍‌
ଅଧା କପ୍‌ ଦହିରେ ୨ ଚାମଚ ଚିନି ମିଶାନ୍ତୁ। ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ। ଏହାପରେ ମୁହଁକୁ ଧୋଇ ଦିଅନ୍ତୁ। ଏହି ସ୍କ୍ରବ୍‌କୁ ମାଲିସ୍‌ କରିବା ପରେ ମୁହଁରେ ଥିବା କୁଞ୍ଚନ ଏବଂ ବ୍ୟାକ୍ଟେରିଆ ଦୂର ହୋଇଥାଏ।



from Odisha Reporter https://ift.tt/2NN4ax6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages