ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତା ମହିଳା ଏହି ୫ଟି ଜିନିଷ ବାଣ୍ଟନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ବାସ୍ତୁଶାସ୍ତ୍ର ଅନୁସାରେ ବିବାହିତା ମହିଳା ଏହି ୫ଟି ଜିନିଷ ବାଣ୍ଟନ୍ତୁ ନାହିଁ

pu2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ଅଛି, ଯାହାକୁ ବିବାହିତା ମହିଳାମାନେ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି ଏହି ଜିନିଷ ବାଣ୍ଟିଲେ ଜୀବନରେ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହିବୁ, ଯାହାକୁ ବାଣ୍ଟିଲେ ଅନେକ ସମସ୍ୟା ଦେଖାଯାଇଥାଏ।

ସିନ୍ଦୁର: ବାସ୍ତୁଶାସ୍ତ୍ର ଅନୁସାରେ କୌଣସି ବିବାହିତା ମହିଳାଙ୍କୁ ନିଜ ସିନ୍ଦୁରକୁ କାହା ସହିତ ବାଣ୍ଟିବା ଉଚିତ୍‌ ନୁହେଁ। କୁହାଯାଏ କି ଏପରି କଲେ ସ୍ୱାମୀର ପ୍ରେମ ବାଣ୍ଟି ହୋଇ ଯାଇଥାଏ। ଏହା ସହ ବଙ୍କା ସୁତାଣୀ କରି ସିନ୍ଦୁର ଲଗାଇଲେ ମଧ୍ୟ ଏହାକୁ ଅଶୁଭ ବୋଲି କୁହାଯାଇଥାଏ।
pu1

ପାଉଁଜି: ବିବାହିତା ମହିଳା ଗୋଡ଼ରେ ପାଉଁଜି ଏବଂ ଝୁଣ୍ଟିଆ ପିନ୍ଧିଥାନ୍ତି। ଏପରି କୁହାଯାଏ କି ପାଉଁଜି ଏବଂ ଝୁଣ୍ଟିଆକୁ ମଧ୍ୟ ବାଣ୍ଟିବା ଉଚିତ୍‌ ନୁହେଁ। ଏହି ଦୁଇଟି ଜିନିଷକୁ ଗୋଡ଼ର ଅନ୍ତିମ ଆଭୂଷଣ ବୋଲି କୁହାଯାଇଥାଏ। ଏହାକୁ ବାଣ୍ଟିଲେ ସୌଭାଗ୍ୟ ନଷ୍ଟ ହୁଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।
pu3

ଟିକିଲି: ବିବାହିତା ମହିଳାମାନେ ମଥାର ଟିକିଲି ବା ବିନ୍ଦିକୁ ବାଣ୍ଟିବା ଉଚିତ୍‌ ନୁହେଁ। ଏପରିକି ଏହାକୁ ଅନ୍ୟ କାହା ମଥାରୁ ଆଣି ନିଜ ମଥାରେ ଲଗାଇବା ମଧ୍ୟ ଅନୁଚିତ୍‌ । ଏହାକୁ ପାପ ବୋଲି ବିବେଚନା କରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ମଥାର ଟିକିଲି ବାଣ୍ଟିଲେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥାଏ।

ଚୁଡ଼ି:ବିବାହିତା ମହିଳା ନିଜ ହାତରୁ ଚୁଡ଼ି ବାହାର କରି ଅନ୍ୟ କୌଣସି ମହିଳାଙ୍କୁ ଦେବା ଉଚିତ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କଲେ, ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। ଏହା ସହିତ ବିବାହିତା ମହିଳାଙ୍କୁ ରୂପାର ଚୁଡ଼ି ପିନ୍ଧିବାକୁ ବାରଣ କରାଯାଇଛି।
pu4

କାଜଲ୍‌: ବାସ୍ତୁଶାସ୍ତ୍ର ଅନୁସାରେ ଆଖିର କାଜଲ୍‌ ବା କଜ୍ୱଳ ଦାନ କରିବା ଉଚିତ୍‌ ନୁହେଁ, ଏପରି କଲେ ଗରୀମା ନଷ୍ଟ ହୋଇଥାଏ। ଏହା ବ୍ୟତୀତ କାଜଲ୍‌ ବାଣ୍ଟିଲେ, ଇନ୍‌ଫେକସନ୍ ହେବାର ବିପଦ ମଧ୍ୟ ରହିଥାଏ। ଏଣୁ ଏହାକୁ ବାଣ୍ଟିବାକୁ ବାରଣ କରାଯାଇଛି। 
pu5



from Odisha Reporter https://ift.tt/2R7EYiB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages