ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ: ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ: ଦାମ

dama

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସିଧାସଳଖ ହମ୍‌ଲା କରିଛନ୍ତି।

ସେ କହିଛନ୍ତି, ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ।

ଦାମ କହିଛନ୍ତି,“ମୁଁ ତାଙ୍କ ପାଖକୁ ଯାଇ ନଥଲି। ସେ ମୋତେ ଡାକି ଦଳରେ ମିଶାଇଥିଲେ। ବିଜୁ ବାବୁଙ୍କ ନାଁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ଏହା ବିଜୁ ବାବୁଙ୍କ ଆତ୍ମାକୁ କଷ୍ଟ ଦେଉଥିବ।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବା ପାଇଁ ଯେଭଳି ନୀତି ବଦଳାଉଛନ୍ତି, ତାହା ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ।”

“ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଚାରିପାଖରେ ଯେଉଁମାନେ ଅଛନ୍ତି, ସେମାନେ ବିଜୁ ବାବୁଙ୍କୁ ଦେଖି ନାହାନ୍ତି କି ତାଙ୍କ ସାଙ୍ଗରେ କାମ କରି ନାହାନ୍ତି। ସେମାନେ ବିଜୁ ବାବୁଙ୍କୁ ବିରୋଧ କରୁଥିଲେ। ଅଧିକାଂଶ ଲୋକଙ୍କର ରାଜନୀତିରେ ପ୍ରବେଶ ଦୁର୍ନୀତିରୁ ହୋଇଛି। ସେମାନଙ୍କର ନୀତି ଆଦର୍ଶ ବୋଲି କିଛି ନାହିଁ।”

ସେ ଆହୁରି କହିଛନ୍ତି,“ରାଜ୍ୟ ସରକାର ୪୮ଟି ଇସ୍ପାତ କାରଖାନା ପାଇଁ ଏମ୍‌ଓୟୁ କରି ଆମ ଖଣିଖାଦାନକୁ ପ୍ରତିଦିନ ଲୁଟ୍ କରୁଛନ୍ତି। ଆମକୁ ବିଜୁ ପଟ୍ଟନାୟକ ରାଜନୀତିକୁ ଆଣିଥିଲେ ଓଡ଼ିଶା ଜାତିର ସ୍ୱାଭିମାନ ଓ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରିବା ପାଇଁ। ସେଥିପାଇଁ ଧନ ସମ୍ପତ୍ତି ଲୋଡ଼ିବନି ବୋଲି କହିଥିଲେ।”

“ଆମେ ଯେତେ ଲୋକ ବିଜୁ ଜନତା ଦଳରେ ଥିଲୁ, ଗୋଟିଏ ଲୋକ କଥା କୁହନ୍ତୁ ଯିଏ ସମ୍ପତ୍ତି ଆହରଣ କରିଥିବା ଅଭିଯୋଗ ହୋଇଛି। ସେ ବିଜୟ ମହାପାତ୍ର, ପଞ୍ଚାନନ କାନୁନଗୋ, ଜୟୀରାମ ପାଙ୍ଗି ନା ମୋ ବିରୋଧରେ ସେମିତି ଅଭିଯୋଗ ଅଛି? କିନ୍ତୁ ତାଙ୍କ (ନବୀନ) ସାଙ୍ଗରେ ଥିବା ସମସ୍ତଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଛି।”

ବାପର ପୁଅ

ବିଜେଡିରେ ଆପଣଙ୍କ ପୁଅ ଅଛନ୍ତି, କେମିତି ତାଙ୍କ ସହିତ ଆପଣଙ୍କର ସମନ୍ୱୟ ରକ୍ଷା କରିବେ ବୋଲି ପଚରାଯିବାରେ, ସେ କହିଛନ୍ତି,“ ସେ ଅଶୋକ ଦାସଙ୍କ ପୁଅ ନୁହେଁ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ, ସେ ବାପର ପୁଅ’।

ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି: ନବୀନ 

ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି,“ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦାମ ବାବୁଙ୍କୁ ବହିଷ୍କାର କରାଯାଇଛି।”

“ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି। ତାଙ୍କ ଅଭିଯୋଗ ସବୁ ବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ।”

ଦାମ ବାବୁ ନୂଆ ଦଳ ଗଢ଼ିଲେ କୌଣସି ପ୍ରଭାବ ପଡ଼ିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।



from Odisha Reporter https://ift.tt/2x6RaaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages