
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜନୀତିରେ ନୂଆ ସମୀକରଣ ହେବାର ସମ୍ଭାବନା ରହିଛି। ଅନ୍ୟ ଛୋଟ ଦଳ ସହ ମେଣ୍ଟ ନେଇ ଇଙ୍ଗିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେ କହିଛନ୍ତି-“ବିଜେଡି ଓ କଂଗ୍ରେସ ବିରୋଧରେ ବିକଳ୍ପ ସୃଷ୍ଟି କରିବ ବିଜେପି। ବିଜେଡି ଓ କଂଗ୍ରେସକୁ ଛାଡ଼ି ଅନ୍ୟ ସବୁ ରାଜନୈତିକ ଦଳକୁ ଏକାଠି କରିବା ପାଇଁ ପ୍ରକ୍ରିୟାରେ ବିଜେପି ସଫଳ ହେବ।”
ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ସମୀକରଣ ଇଙ୍ଗିତ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଓଡ଼ିଶାରେ କାହା ସହ ମେଣ୍ଟ କରାଯିବ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ। କେନ୍ଦ୍ରମନ୍ତ୍ରୀ ଏମିତି ଛାୟା ଯୁଦ୍ଧ ନକରି ସାମ୍ନାକୁ ଆସନ୍ତୁ। ଏ ସମ୍ପର୍କରେ ଓଡ଼ିଶାବାସୀ ଜାଣିବେ। ପୂର୍ବରୁ ବିଜେପି ବହୁବାର କହିଛି ଆମେ ୧୨୦ ଅତିକ୍ରମ କରିବୁ। ତାହାହେଲେ ସେହି ୧୨୦ କୁଆଡ଼େ ଗଲା?”
ତେବେ ଏ ପ୍ରସଙ୍ଗରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
from Odisha Reporter https://ift.tt/2DdPhil
No comments:
Post a Comment