ହାଇଭୋଲ୍ଟେଜ ମ୍ୟାଚରେ ଭାରତର ଦମଦାର ବିଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ହାଇଭୋଲ୍ଟେଜ ମ୍ୟାଚରେ ଭାରତର ଦମଦାର ବିଜୟ

ଦୁବାଇ;ଏସିଆ କପରେ ପାକିସ୍ତାନ ବିପକ୍ଷ ହାଇ ଭୋଲ୍ଟେଜ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି। ପାକିସ୍ତାନକୁ ୮ ୱିକେଟରେ ହରାଇ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୩.୧ ଓଭରରେ ୧୬୨ରନ କରି ଅଲ୍ ଆଉଟ ହୋଇଯାଇ ଥିଲା।

୧୬୩ ରନର ଟାର୍ଗେଟ ପାଇଥିବା ଟିମ ଇଣ୍ଡିଆ ୨୯ ଓଭରରେ ମାତ୍ର ଦୁଇଟି ୱିକେଟ ହରାଇ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅଧିନାୟକ ତଥା ଓପନର ରୋହିତ ଶର୍ମା ବିସ୍ପୋରକ ୫୨ ରନ କରିଥିବା ବେଳେ ଅନ୍ୟତମ ଓପନର ଶିଖର ଧୱନ ୪୬ ରନର ଇନିଂସ ଖେଳିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୮୬ ରନ ଯୋଡ଼ିଥିଲେ।

ଏହାପରେ ଅମ୍ବାତି ରାଇଡୁ ଓ ଦିନେଶ କାର୍ତ୍ତିକ ଭାରତକୁ ବିନା କୌଣସି କ୍ଷତିରେ ବିଜଯ ଟାର୍ଗେଟରେ ପହଞ୍ଚାଇ ଥିଲେ। ମ୍ୟାଚରେ ଦମଦାର ପ୍ରଦର୍ଶନ ପାଇଁ ଭୁବନେଶ୍ବର କୁମାର ଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚନା କରାଯାଇଛି। ସେ ୭ଓଭରରେ ୧୫ ରନ ଦେଇ ୩ଟି ଵିକେଟ ଦଖଲ କରିଥିଲେ।

ଆସନ୍ତା 23 ତାରିଖରେ ଏସିଆ କପ ସୁପର-୪ ଗ୍ରୁପରେ ଭାରତ ଓ ପାକ ପୁଣି ମୁହାଁମୁହିଁ ହେବେ।



from Odisha Reporter https://ift.tt/2NTIdLW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages