ପରକୀୟା ପ୍ରୀତି ଅପରାଧ ନୁହେଁ, ଏ ସଂପର୍କିତ ଆଇନ ଅସାମ୍ବିଧାନିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ପରକୀୟା ପ୍ରୀତି ଅପରାଧ ନୁହେଁ, ଏ ସଂପର୍କିତ ଆଇନ ଅସାମ୍ବିଧାନିକ

extra

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଉ ଏକ ଐତିହାସିକ ରାୟ। ୧୫୦ ବର୍ଷର ବ୍ୟଭିଚାର ଆଇନକୁ ଉଚ୍ଛେଦ କରି ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ କହିଛନ୍ତି ଯେ, ପରକୀୟା ପ୍ରୀତି ବା ବ୍ୟଭିଚାର ଏକ ଅପରାଧ ନୁହେଁ। ଏ ସଂପର୍କିତ ଆଇନ ଅସାମ୍ବିଧାନିକ। କୌଣସି ଆଇନ ଯାହାକି ବ୍ୟକ୍ତିର ସମ୍ମାନରେ ଆଞ୍ଚ ଆଣୁଥିବ, ସଭ୍ୟ ସମାଜରେ ନାରୀକୁ ସମାନ ଅଧିକାର ଦେଉନଥିବ, ତାକୁ ସମ୍ବିଧାନ ଭର୍ତ୍ସନା କରେ।

ବ୍ୟଭିଚାର ଆଇନ ନାରୀକୁ ଏକ ସଂପତ୍ତି ଭାବେ ବିଚାର କରେ। ଏହା ଠିକ୍ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି, “ଏହା ନିଃସନ୍ଦେହ ଯେ, ଯଦି ବ୍ୟଭିଚାରର ପ୍ରମାଣ ମିଳେ, ତେବେ ତାହା ଛାଡ଼ପତ୍ରର ଆଧାର ହୋଇ ପାରିବ। ଆଉ ଯଦି ଏହି କାରଣରୁ ଦମ୍ପତିଙ୍କ ମଧ୍ୟରୁ କେହି ଆତ୍ମହତ୍ୟା କରନ୍ତି, ତେବେ ଏଥିପାଇଁ ଆର ଜଣକୁ ଦାୟୀ କରାଯାଇ ପାରିବ ଏବଂ ସେହି ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।”

ବ୍ରିଟିଶ କାଳର ବ୍ୟଭିଚାର ଆଇନ ଅନୁସାରେ କୌଣସି ବିବାହିତ ପୁରୁଷ ନିଜ ସ୍ତ୍ରୀ ଛଡ଼ା ଅନ୍ୟ ନାରୀ ସହିତ ସଂପର୍କ ରଖିଲେ କେବଳ ପୁରୁଷକୁ ଦଣ୍ଡିତ କରାଯାଉଥିଲା। ସଂପୃକ୍ତ ମହିଳାଙ୍କୁ ପୀଡ଼ିତା ବୋଲି ବିଚାର କରି ଦଣ୍ଡିତ କରାଯାଉ ନଥିଲା।

ଆଗରୁ ପ୍ରଶ୍ନ ଉଠିଥିଲା ଯେ, ଏପରି କ୍ଷେତ୍ରରେ କେବଳ ପୁରୁଷକୁ କାହିଁକି ଦଣ୍ଡିତ କରାଯିବ, ତାକୁ ନେଇ ପୂରା ଦେଶରେ ଜୋରଦାର ବିତର୍କ ହେବା ସହିତ ତାକୁ ଚ୍ୟାଲେଞ୍ଜ କରାଯାଇଥିଲା।

ସୁପ୍ରିମକୋର୍ଟରେ ବ୍ରିଟିଶ କାଳର ଏହି ଆଇନକୁ କେନ୍ଦ୍ର ସରକାର ସମର୍ଥନ କରି କହିଥିଲେ, ବିବାହର ପବିତ୍ରତା ରକ୍ଷା ପାଇଁ ଏପରି ଆଇନ ଜରୁରୀ। କିନ୍ତୁ ସୁପ୍ରିମକୋର୍ଟ ତାକୁ ଗ୍ରହଣ ନ କରି ବ୍ୟଭିଚାର ଆଇନକୁ ଉଚ୍ଛେଦ କରି ଦେଇଛନ୍ତି।



from Odisha Reporter https://ift.tt/2Q67K1Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages