ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା ପାଇଁ ପୁରୀ ଆସିଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ସହିତ ସେ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିଛନ୍ତି।

 

ଗତକାଲି ରାତିରେ ପୁରୀରେ ପହଞ୍ଚିଥିଲେ ଗୋପାଳ ସୁବ୍ରମଣ୍ୟମ୍‌। ଆଜି ସକାଳେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିଭିନ୍ନ ପକ୍ଷଙ୍କ ସହ ବୈଠକ କରିଥିଲେ। ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ସେ ଆଲୋଚନା କରିଥିଲେ।

ଏହି ସମୟରେ ଆମିକସ୍‌ କ୍ୟୁରୀଙ୍କୁ ଶ୍ରୀମନ୍ଦିର ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଥିଲା। ଶ୍ରୀମନ୍ଦିରର ଇତିହାସ, ପରମ୍ପରା, ପୂଜାପାର୍ବଣ ତଥା ମନ୍ଦିର ପରିଚାଳନା ନେଇ ତଥ୍ୟ ଦିଆଯାଇଥିବା  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟ ଦେଇଥିବା ୧୨ଟି ପ୍ରସ୍ତାବ ମଧ୍ୟରୁ ୯ଟି ପ୍ରସ୍ତାବ ଉପରେ ସମସ୍ତେ ଏକ ପ୍ରକାର ସହମତ ହୋଇଛନ୍ତି। ତେବେ ୩ଟି ପ୍ରସ୍ତାବକୁ ନେଇ ଦ୍ୱନ୍ଦ୍ୱ ରହିଥିବା ବୈଠକ ବେଳେ ଆମିକସ୍‌ କ୍ୟୁରୀଙ୍କୁ ଜଣାଇ ଦିଆଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି।

ଆଜି ସନ୍ଧ୍ୟାରେ ଶ୍ରୀ ସୁବ୍ରମଣ୍ୟମ୍‌ ପୁରୀ ଜିଲ୍ଲା ଜଜଙ୍କୁ ଭେଟି ଆଲୋଚନା କରିବେ। ଆସନ୍ତାକାଲି ସକାଳ ୯ଟା ୩୦ରେ ସେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଭେଟିବେ।  ଦିନ ୧୧ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି, ୧୨ଟା ୩୦ରେ ପୁରୀ ବିଧାୟକ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର ଓ ଦିନ ଗୋଟାଏରେ ଆଡଭୋକେଟ୍‌ ଜେନେରାଲଙ୍କ ସହ ଆଲୋଚନା କରିବେ।  ଅପରାହ୍ନ ୪ଟାରେ  ଛତିଶା ନିଯୋଗ ସହ ଆମିକସ୍‌ କ୍ୟୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2xt7ao8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages