ଅଫିସ୍‌ରେ କାମ କରିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଅଫିସ୍‌ରେ କାମ କରିବା ବେଳେ ଏ ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ରେ କାମ କରିବା ବେଳେ ଆମେ ବାସ୍ତ୍ରୁଶାସ୍ତ୍ରରେ ଥିବା ନିୟମ ମାନିବା ଉଚିତ୍‌। ନଚେତ୍‌ ଅର୍ଥ ଉପାର୍ଜନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇଥାଏ। ଏଣୁ ଶାସ୍ତ୍ର କୁହେ କାର୍ଯ୍ୟାଳୟରେ ଭଗବାନ ଗଣେଶଙ୍କ ପୂଜା କରିବା ଆବଶ୍ୟକ। ଆଉ କିଛି ଏମିତି କଥା ମାନିବା ଉଚିତ୍‌ ଯାହାକୁ ବେଳେବେଳେ ଆମେ ଅଣଦେଖା କରିଦେଉ। ତା ହଲେ ଆସନ୍ତୁ ଜାଣିବା ଅଫିସ୍‌ରେ କେମିତି ବସାଉଠା କରିବା କଥା।

ମୁଖ୍ୟଦ୍ୱାରକୁ ପଛକରି ବସନ୍ତୁ ନାହିଁ: ଅଫିସ୍‌ରୁ ମୁଖ୍ୟ ଏଣ୍ଟ୍ରାନ୍ସ ବା ପ୍ରବେଶ ପଥକୁ ପଛକରି ଆଦୌ ବସନ୍ତୁ ନାହିଁ। ୱାଚ୍‌ମ୍ୟାନ୍‌ ରହିଥିଲେ ତାଙ୍କୁ ମଧ୍ୟ ଏପରି ବସିବାକୁ ଦିଅନ୍ତୁ ନାହିଁ। ପାରୁଛନ୍ତି ଯଦି ପ୍ରବେଶ ପଥକୁ ଦେଖିହେବା ଭଳି ବସନ୍ତୁ ଅଥବା ତାଠାରୁ ଆଡ଼େଇ ବସନ୍ତୁ।

ଅଫିସ୍‌ର ମୁଖ୍ୟ ମଧ୍ୟ ଏପରି ଦିଗରେ ବସିବା ଅନୁଚିତ୍‌। କାରଣ ଏପରି କରିବା ଦ୍ୱାରା ବିଶ୍ୱାସଘାତ ଓ ଧୋକାଧଡିର ସମ୍ମୁଖୀନ ହେବାକୁ ପଡିଥାଏ।

ଅଫିସ୍‌ର ମୁଖ୍ୟ ଦ୍ୱାର: ଅଫିସ୍‌ର ମୁଖ୍ୟ ଦ୍ୱାର ପୂର୍ବ ଓ ଉତ୍ତର ମୁଖା ହେବା ଆବଶ୍ୟକ। ଏହା ଲକ୍ଷ୍ମୀ ଓ କୁବେରଙ୍କ ପଥ। ଏପରି କରିବା ଦ୍ୱାରା ଆପଣଙ୍କ ସମୃଦ୍ଧି ବଢିବ।

ଏଣୁ କାର୍ଯ୍ୟାଳୟର ମୁଖ୍ୟ ମଧ୍ୟ ପୂର୍ବ ଓ ଉତ୍ତରକୁ ମୁଖ କରି ବସିବା ଆବଶ୍ୟକ।

ଚେୟାରରେ ଏମିତି ବସିବା ଉଚିତ୍‌: ଯେଉଁ ଗଦିରେ ବା ଚେୟାରରେ ଆପଣ ବସୁଛନ୍ତି ସେଥିରେ ଏକ ନାଲି କପଡା ପକାଇ ବସନ୍ତୁ। ଏହାଦ୍ୱାରା ଧନର ଆଗମନ ହେବ।

ଅଫିସର ମୁଖ୍ୟ ବୋଲାଉଥିବା ବ୍ୟକ୍ତି ବସୁଥିବା ସ୍ଥାନର ପଛପଟେ ପାହାଡ, ପର୍ବତ ଓ ବୃକ୍ଷର ଚିତ୍ର ଲଗାନ୍ତୁ। ଏହା ମଧ୍ୟ ସମୃଦ୍ଧିର ସୂଚକ।

ଛାତ ଉପରେ ଥିବା ବିମ୍‌ ତଳେ ବସି କାମ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା କାର୍ଯ୍ୟର ଚାପ ବୃଦ୍ଧି ପାଇବ ଓ ଆପଣ ଅଶାନ୍ତ ମନରେ କାର୍ଯ୍ୟ କରିବେ। ଏଣୁ କାର୍ଯ୍ୟାଳୟର ବିମ୍‌ ତଳେ ବସି କାମ କରିବାଠାରୁ ଦୂରେଇ ରୁହନ୍ତୁ।



from Odisha Reporter https://ift.tt/2NZgjxX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages