ଦାମଙ୍କ ସମବାୟ ଦୁର୍ନୀତି ଅଭିଯୋଗ: ଏମିତି ମତ ରଖିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଦାମଙ୍କ ସମବାୟ ଦୁର୍ନୀତି ଅଭିଯୋଗ: ଏମିତି ମତ ରଖିଲେ ବୈଜୟନ୍ତ

baijayanta panda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୦୦ କୋଟି ଟଙ୍କାର ସମବାୟ ଋଣ ପ୍ରଦାନରେ ଦୁର୍ନୀତି ହୋଇଥିବା ନେଇ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ  ଅଭିଯୋଗ ଆଣିବା ପରେ ରାଜ୍ୟରେ ରାଜନୀତିକ ପାଣିପାଗ ଉଷ୍ମ ହୋଇଯାଇଛି। ବିଜେପି ଓ କଂଗ୍ରେସ୍‌ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ନିଜ ମତ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

baijayanta pandaବୈଜୟନ୍ତ ଟ୍ୱିଟ୍‌ କରି ଏହି ପ୍ରସଙ୍ଗରେ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି, “ବିଜୁ ଅଙ୍କଲଙ୍କ ପୁରୁଣା ସହଯୋଗୀ ଆକ୍ରମଣାତ୍ମକ ଭଙ୍ଗୀରେ ଅଭିଯୋଗ ଆଣିଛନ୍ତି। ଗତବର୍ଷ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାର କାରଣ ମଧ୍ୟ ଦର୍ଶାଇଛନ୍ତି। କ୍ଷମତାଶାଳୀ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ସେ କହିଛନ୍ତି। ପ୍ରଥମ ୩ଟି ଶାସନ କାଳରେ ଏପରି ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ହୋଇଥାଆନ୍ତା।”

ଏହାସହ ସମବାୟ ବ୍ୟାଙ୍କରେ ହୋଇଥିବା ଏହି ବଡ଼ ଧରଣର ଦୁର୍ନୀତି ନେଇ ଉଠିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି କଟାକ୍ଷ କରି ବୈଜୟନ୍ତ ତାଙ୍କ ଟ୍ୱିଟ୍‌ରେ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2O0mEWJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages