
ଓଭାଲ୍: ଭାରତ ବିପକ୍ଷ ଟେଷ୍ଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ରେ ଅମ୍ପାୟାର୍ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଇଂଲଣ୍ଡ ଦ୍ରୁତ ବୋଲର୍ ଜେମ୍ସ୍ ଆଣ୍ଡର୍ସନ୍ଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ଆଇସିସି ଆଣ୍ଡରସନ୍ଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଅର୍ଥ କାଟି ଦେଇଛି।
କିଆ ଓଭାଲ୍ଠାରେ ଚାଲିଥିବା ସିରିଜ୍ର ପଞ୍ଚମ ଟେଷ୍ଟ୍ ମ୍ୟାଚ୍ରେ ଭାରତୀୟ ପ୍ରଥମ ଇନିଂସ୍ ବ୍ୟାଟିଂବେଳେ ଏହି ଘଟଣା ଘଟିଥିଲା। ଇନିଂସର ୨୯ତମ ଓଭରରେ ଆଣ୍ଡରସନ୍ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲିଙ୍କ ବିପକ୍ଷରେ ଏକ ଲେଗ୍ ବିଫୋର୍ ଆବେଦନ କରିଥିଲେ।
ତେବେ ଅମ୍ପାୟାର୍ କୁମାର୍ ଧର୍ମସେନା ଏହି ଆବେଦନକୁ ଖାରଜ କରିଦେବା ପରେ ଏଥିରେ ଅସନ୍ତୁଷ୍ଟ ଆଣ୍ଡରସନ୍ ନିଜ ଉପରୁ ନିୟନ୍ତ୍ରଣ ହରାଇ ଉତ୍ତେଜିତ ଅବସ୍ଥାରେ ଅମ୍ପାୟାର୍ ଧର୍ମସେନାଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ପରେ ତାଙ୍କଠାରୁ ନିଜ କ୍ୟାପ୍କୁ ଛଡ଼ାଇ ନେଇଥିଲେ।
ଆଣ୍ଡରସନ୍ଙ୍କ ଏପରି ଆଚରଣକୁ ନିୟମ ଉଲ୍ଲଘଂନ ଦର୍ଶାଇ ଆଇସିସି ଏଥିପାଇଁ ତାଙ୍କୁ ଦଣ୍ଡିତ କରିଛି।
from Odisha Reporter https://ift.tt/2NuOuNS
No comments:
Post a Comment