୫ମ ଟେଷ୍ଟ୍‌ରେ ଇଂଲଣ୍ଡର ଦୃଢ଼ ଆରମ୍ଭ, ଲଞ୍ଚ୍‌ ସୁଦ୍ଧା ୬୮/୧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

୫ମ ଟେଷ୍ଟ୍‌ରେ ଇଂଲଣ୍ଡର ଦୃଢ଼ ଆରମ୍ଭ, ଲଞ୍ଚ୍‌ ସୁଦ୍ଧା ୬୮/୧

ଓଭାଲ୍‌: ଭାରତ ବିପକ୍ଷ ବିଦାୟୀ ଟେଷ୍ଟ୍‌ରେ ଇଂଲିଶ ଓପନର୍‌ ଆଲିଷ୍ଟର୍‌ କୁକ୍‌ ଟିମ୍‌ ଇଂଲଣ୍ଡକୁ ଭଲ ଆରମ୍ଭ ଦେଇଛନ୍ତି। ୫ମ ଟେଷ୍ଟ୍‌ର ପ୍ରଥମ ଦିନର ଲଞ୍ଚ୍‌ ସୁଦ୍ଧା ଟିମ୍‌ ଇଂଲଣ୍ଡ ମାତ୍ର ଗୋଟିଏ ୱିକେଟ୍‌ ହରାଇ ୬୮  ରନ୍‌ କରିଛି। କୁକ୍‌ ଅପରାଜିତ ୩୭   ରନ୍‌ କରିଥିବା ବେଳେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ପୁଣି ସୁଯୋଗ ପାଇଥିବା ମୋଇନ୍‌ ଅଲ୍ଲୀ ୨ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି।
ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଆଜି ଟସ୍‌ ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଦୁଇ ଓପନର୍‌ ଆଲିଷ୍ଟର କୁକ୍‌ ଓ କେ ଜେନିଙ୍ଗ୍‌ସ ଠିକ୍‌ ନିଷ୍ପତ୍ତି ବୋଲି ପ୍ରମାଣିତ ମଧ୍ୟ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୬୦ ରନ୍‌ କରି ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ।
ଚଳିତ ସିରିଜରେ ପ୍ରଥମ ୱିକେଟ୍‌ ପାଇଁ ଟିମ୍‌ ଇଂଲଣ୍ଡ ପ୍ରଥମଥର ୬୦ ରନ୍‌ କରିପାରିଥିଲା।
ତେବେ ଲଞ୍ଚ୍‌ର ୨୦ ମିନିଟ୍‌ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ପ୍ରଥମ ଥର ସିରିଜ୍‌ରେ ସୁଯୋଗ ପାଇଥିବା ରବୀନ୍ଦ୍ର ଜାଡେଜା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ସେ ଜେନିଙ୍ଗସ୍‌ଙ୍କୁ ସ୍ଲିପ୍‌ରେ କେଏଲ୍‌ ରାହୁଲଙ୍କ ହାତରେ କ୍ୟାଚ୍‌ କରାଇ ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଦେଇଥିଲେ। ପ୍ୟାଭିଲିୟନ୍‌ ଫେରିବା ପୂର୍ବରୁ ଜେନିଙ୍ଗସ୍‌ ୭୫ଟି ବଲ୍‌ ଖେଳି ୨୩ ରନ୍‌ କରିଥିଲେ।
ଭାରତ ପକ୍ଷରୁ ଆଜି ହନୁମା ବିହାରୀ ଡେବ୍ୟୁ କରୁଛନ୍ତି। ସେ ଆହତ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ବଦଳରେ ଟିମ୍‌ରେ ସ୍ଥାନ ପାଇଛନ୍ତି। ସେହିପରି ସିରିଜ୍‌ରେ କ୍ରମାଗତ ବିଫଳ ହୋଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ବାମହାତୀ ସ୍ପିନର୍‌ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଛି।
ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ସିରିଜ୍‌କୁ ୩-୧ରେ ଆଗୁଆ ହାତଛଡ଼ା କରିଛି। ଶେଷ ଟେଷ୍ଟ୍‌ ଜିତି କିଛିଟା ସମ୍ମାନ ରକ୍ଷା କରିବାକୁ ବିରାଟ୍‌ ଆଣ୍ଡ କୋ ଲକ୍ଷ୍ୟ ରଖିଛନ୍ତି। ଅନ୍ୟପଟେ କୁକ୍‌ଙ୍କ ଏହା ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିବାରୁ ଟିମ୍‌ ଇଂଲଣ୍ଡ ତାଙ୍କୁ ବିଜୟ ଭେଟି ଦେବାକୁ ପୂରା ଦମ୍‌ ଲଗାଇବ।


from Odisha Reporter https://ift.tt/2wMb7D8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages