
ବେଜିଂ: ଆମ ଦେଶରେ ଲୋନ୍ ନେବାକୁ ହେଲେ ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ଜମା କରିବାର ବ୍ୟବସ୍ଥା ରହିଛି। ତା ସହିତ ନାନା ଫର୍ମ ପୂରଣ କରିବାକୁ ପଡ଼ିବ ଓ ଡକୁମେଣ୍ଟ ଦେବାକୁ ପଡ଼ିବ। କାରଣ ଏମିତି କଲେ ବ୍ୟାଙ୍କ୍ ଆମ ଉପରେ କରିବ ଓ ଏହାକୁ ଆଧାର କରି ଆମକୁ ଲୋନ୍ ଦେଇଥାଏ।
ହେଲେ କିଛି କିଛି ଅଂଚଳ ଅଛି, ଯେଉଁଠି ବିଧିବ୍ୟବସ୍ଥା ଟିକିଏ ଅଲଗା ଥାଏ। ଏମିତି କିଛି ଜାଗାରେ ଆପଣ ନିୟମ କାନୁନ୍ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ବି ହୋଇଯିବେ। ଏବେ ଏମିତି ଏକ ବ୍ୟାଙ୍କ୍ ବିଷୟରେ ପଢ଼ନ୍ତୁ, ଯାହାର ଋଣ ଦେବାର ପଦ୍ଧତି ସମ୍ପର୍କରେ ଶୁଣିଲେ ଆପଣ ତାଟକା ହେଇଯିବେ।
ଆଜ୍ଞା ହଁ, ଆମେ ଯେଉଁ ବ୍ୟାଙ୍କ୍ କଥା କହୁଛୁ ତାହା କୁଆଡେ ‘ନ୍ୟୁଡ୍ ସେଲ୍ଫି’ ଅର୍ଥାତ୍ ଲଙ୍ଗଳା ହୋଇ ସେଲ୍ଫି ଉଠେଇ ସେଇ ଫଟୋ ଡିପୋଜିଟ୍ କଲେ ଋଣ ଦେଉଛି।
କାନ ଉଠିଲା ଦିନଠୁ ଏ କଥା ଆପଣ କେବେ ଶୁଣି ନଥିବେ। କିଏ ବା କାହିଁକି ଶୁଣିବ ଯେ। କହିଲେ ଦେଖି, କି ଅଜବ ବ୍ୟବସ୍ଥା ସତରେ।
ଘଟଣାଟି ହେଉଛି ଆମ ପଡ଼ୋଶୀ ଦେଶ ଚୀନ୍ର। ଏଠାରେ ଅନ୍ଲାଇନ୍ ବ୍ୟାକିଂ ସୁବିଧା ଯୋଗାଇ ଦେଉଥିବା Jiedaibao ନାମକ ସଂସ୍ଥା କୁଆଡେ ଏମିତି ନିୟମରେ ଲୋନ୍ ଦିଏ। ଆଉ ଯଦି ନ୍ୟୁଡ୍ ସେଲ୍ଫି ପଠାଇଥିବା ମହିଳା ବା ଯୁବତୀ ଋଣ ବାବଦ ଟଙ୍କା ସୁଝିବାକୁ ଅକ୍ଷମ ହୁଅନ୍ତି, ତା ହେଲେ ବ୍ୟାଙ୍କ ତାଙ୍କ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ଆଉ ପଇଠ କରିଥିବା ନ୍ୟୁଡ୍ ସେଲ୍ଫି ସୋଶାଲ୍ ମିଡିଆରେ ଭାଇରାଲ୍ କରିଦିଏ। ତେଣୁ ଋଣଗ୍ରହୀତା କାଳେ ନିଜର ଲଙ୍ଗଳା ଫଟୋ ଭାଇରାଲ୍ ହେଇଯିବ, ସେଇ ଭୟରେ ଋଣଟଙ୍କା ପଇଠ କରିଦିଏ।
ନିକଟରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଦେଶ ବ୍ୟାପୀ ତୁମ୍ବିତୋଫାନ ହୋଇଥିଲା। ଆଉ ଏବେ କୁଆଡେ ଶୁଣିବାକୁ ମିଳୁଛି ଯେ, ଉକ୍ତ ବ୍ୟାଙ୍କ ଉପରେ ସେଠାକାର ସରକାର ଅଙ୍କୁଶ ଲଗାଇଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ନଗ୍ନ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଯାଞ୍ଚ କରିବାରୁ ଜଣା ପଡ଼ିଥିଲା ଯେ, ଉକ୍ତ ମହିଳାମାନେ କୁଆଡେ ଏହି ବ୍ୟାଙ୍କ୍ରୁ ଋଣ ନେଇ ଆଉ ଫେରାଇ ନଥିଲେ। ଏଣୁ ଦଣ୍ଡ ସ୍ୱରୂପ ବ୍ୟାଙ୍କ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ହେଲେ ଏବେ ଫଳ ଓଲଟା ହୋଇଛି ଜାଣିବା ପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ୍ ହୋଇଯାଇଛି।
from Odisha Reporter https://ift.tt/2MUsGvR
No comments:
Post a Comment