ହରିଆଣା ସିବିଏସ୍‌ଇ ଟପ୍ପରଙ୍କୁ ଗଣଦୁଷ୍କର୍ମ ମାମଲାରେ ଯବାନ ସମ୍ପୃକ୍ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ହରିଆଣା ସିବିଏସ୍‌ଇ ଟପ୍ପରଙ୍କୁ ଗଣଦୁଷ୍କର୍ମ ମାମଲାରେ ଯବାନ ସମ୍ପୃକ୍ତ !

ଚଣ୍ଡିଗଡ଼: ହରିଆଣା ସିବିଏସ୍‌ଇ ଟପ୍ପର ୧୯ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନାର ଯବାନ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଏ ସଂକ୍ରାନ୍ତରେ ସୂଚନା ଦେବା ସହ ୩ ଜଣ ଅଭିଯୁକ୍ତଙ୍କ ଫଟୋ ମଧ୍ୟ ଜାରି କରିଛି।

ଛାତ୍ରୀ ଜଣଙ୍କୁ ୩ ଦିନ ତଳେ କିଛି ଦୁର୍ବୃତ୍ତ ଅପହରଣ କରିବା ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏଯାଏ କାହାକୁ ଗିରଫ କରି ନଥିଲେ ହେଁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି।

ଛାତ୍ରୀ ଜଣଙ୍କୁ ଦୁର୍ବୃତ୍ତମାନେ ଅଚେତ ହେଲା ଯାଏ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ। ବୁଧବାର ତାଙ୍କୁ ପୁଲିସ୍‌ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା।

ଅଭିଯୁକ୍ତଙ୍କ ମଧ୍ୟରେ ଥିବା ପଙ୍କଜ ଫୌଜୀ ଭାରତୀୟ ସ୍ଥଳସେନାରେ କାର୍ଯ୍ୟ କରୁଛି। ସେ ରାଜସ୍ଥାନରେ ଥିବା ସେନା ୟୁନିଟ୍‌ରେ ନିୟୋଜିତ ହୋଇଥିଲା। ହରିଆଣା ପୁଲିସ୍‌ର ଏକ ଟିମ୍‌ ରାଜସ୍ଥାନ ଯାଇ ପଙ୍କଜ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ଖୁବ୍‌ଶୀଘ୍ର ସେ ଗିରଫ ହେବ ବୋଲି ହରିଆଣା ପୁଲିସ୍‌ ମୁଖ୍ୟ ବିଏସ୍‌ ସାନ୍ଧୁ କହିଛନ୍ତି।

ପଙ୍କଜ ବ୍ୟତୀତ ପୁଲିସ୍‌ ମନିଷ ଓ ନିଶୁ ନାମକ ଅନ୍ୟ ୨ ଜଣଙ୍କୁ ଏହି ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଇଛି। ଏମାନେ ଛାତ୍ରୀଙ୍କ ସହ ଆଗରୁ ପରିଚିତ ଥିଲେ ବୋଲି ଶ୍ରୀ ସାନ୍ଧୁ କହିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ରେୱାରୀ ସ୍ଥିତ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଏକ କାର୍‌ରେ ଅପହରଣ କରିନେଇଥିଲେ। ଏହାପରେ ସେମାନେ ତାଙ୍କୁ ଏକ ଖୋଲା ପଡ଼ିଆକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ।

ସେଠାରେ ପୂର୍ବରୁ ଥିବା ଆଉ କିଛି ଲୋକ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ପାଖାପାଖି ୮ରୁ ୧୦ ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଚେତାଶୂନ୍ୟ ହେବା ପର୍ଯ୍ୟନ୍ତ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।



from Odisha Reporter https://ift.tt/2QB5Qrl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages