ଚାଲିଛି ମନଇଚ୍ଛା ଫୋନ୍ ଟ୍ୟାପିଙ୍ଗ୍, ନେତା ଅଫିସରଙ୍କ ଉପରେ କଡ଼ା ନଜର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଚାଲିଛି ମନଇଚ୍ଛା ଫୋନ୍ ଟ୍ୟାପିଙ୍ଗ୍, ନେତା ଅଫିସରଙ୍କ ଉପରେ କଡ଼ା ନଜର୍

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ରାଜ୍ୟର କିଛି ବରିଷ୍ଠ ନେତା ଓ ଅଫିସରଙ୍କ ମୋବାଇଲ ଫୋନକୁ ଏବେ ଟ୍ୟାପିଙ୍ଗ୍ କରାଯାଉଛି। ତେବେ କାହା ନିର୍ଦ୍ଦେଶରେ ଓ କେଉଁ କାରଣ ପାଇଁ ଏହି ଟ୍ୟାପିଙ୍ଗ୍ ହେଉଛି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଟେଲିଫୋନ୍ ଟ୍ୟାପିଙ୍ଗ୍ ହେଉଥିବା ନେଇ ଏବେ ନେତା ଓ ଅଫିସରମାନଙ୍କ ମଧ୍ୟରେ କୁଆଡ଼େ ଛନକା ପଶିଛି। ବିଶେଷକରି ବିଜେଡିର କିଛି ନେତା କୁଆଡ଼େ ସେମାନଙ୍କ ମୋବାଇଲ ଫୋନକୁ ସ୍କାନରରେ ରଖାଯାଇଛି ବୋଲି ଆଶଙ୍କା କରୁଛନ୍ତି। ରାଜ୍ୟ ସରକାର ଇତିମଧ୍ୟରେ ଟେଲିଫୋନ୍ ଟ୍ୟାପିଙ୍ଗ୍ ପାଇଁ ଉଦ୍ଦିଷ୍ଟ ନିୟମକୁ ପରିବର୍ତ୍ତନ କରିସାରିଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡିର କିଛି ନେତା କୁଆଡ଼େ ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେମାନେ ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି। କାଳେ ସେମାନଙ୍କୁ ଟିକେଟ୍ ଦିଆନଯିବ ସେହି ଆଶଙ୍କାରେ କିଛି ନେତା କୁଆଡ଼େ ବିଜେଡିରେ ଥାଇ ମଧ୍ୟ ବିଜେପି ଲାଇନରେ କାମ କରିବାରେ ଲାଗି ପଡ଼ିଛନ୍ତି। ବିଜେପି ସହ ଭିତରି ସମ୍ପର୍କ ରଖିଥିବା ନେତାଙ୍କୁ ନେଇ କ୍ଷମତାକେନ୍ଦ୍ରଙ୍କ ପାଖରେ ଖବର ପହଞ୍ଚୁଥିଲେ ମଧ୍ୟ ତା’ର ବଳିଷ୍ଠ ତଥ୍ୟପ୍ରମାଣ ନଥିବାରୁ ସେହି ନେତାମାନଙ୍କୁ ଏନେଇ ପ୍ରଶ୍ନ କରାଯାଇ ପାରୁନି।

କୁଆଡ଼େ ଏହି ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଏବେ ନିଜସ୍ୱ ପ୍ରଶାସନିକ କଳର ଅପବ୍ୟବହାର କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା। ମୋବାଇଲ ଫୋନଗୁଡ଼ିକୁ ସ୍କାନରରେ ରଖାଯାଇଥିବାବେଳେ କିଛି ନେତା ହ୍ୱାଟସଅପ୍ ଓ ଟେଲିଗ୍ରାମ୍ ଭଳି ସୋଶାଲ ମିଡିଆ ଆପ୍ଲିକେସନ ମାଧ୍ୟମରେ କଥାବାର୍ତ୍ତା ହେଉଥିବାରୁ ତାକୁ ଟ୍ରାକ୍ କରିବା ପାଇଁ କୁଆଡ଼େ ଏବେ ବୈଷୟିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି।

ସନ୍ଦେହଘେରରେ ରହୁଥିବା ନେତା ଓ ଅଫିସରଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ନିୟମିତ ବ୍ୟବଧାନରେ କିଛି ନେତା ଓ ଅଫିସରଙ୍କୁ କୁଆଡ଼େ ଏଭଳି ସ୍କାନରରେ ରଖାଯାଉଛି।

ଚର୍ଚ୍ଚା ହେଉଛି କେବଳ ବିଜେଡିର ନୁହେଁ, ଅନ୍ୟ ଦଳର ନେତାମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। କିଛି ଗୁଇନ୍ଦା ଇନପୁଟ୍ ମିଳିବାମାତ୍ରେ ସେମାନଙ୍କୁ ସର୍ଭେଲାନ୍ସରେ ରଖିବା ପାଇଁ ଜଣେ ନିର୍ଦ୍ଦିଷ୍ଟ ଅଫିସରଙ୍କୁ କୁଆଡ଼େ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ସେ କୁଆଡ଼େ ଯେତେବେଳେ ଚାହୁଁଛନ୍ତି, ଯେକୌଣସି ନେତା ଓ ସଚିବଙ୍କ ମୋବାଇଲ ନମ୍ବର ଏବଂ ସେମାନଙ୍କ ଗତିବିଧିକୁ ସ୍କାନରରେ ରଖିପାରୁଛନ୍ତି।

ଆଉ ଏ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ସିଏ କୁଆଡ଼େ ନିୟମିତ ଭାବେ ନବୀନଙ୍କ ‘ଅନୁଗତ’ ଭାବେ ଜଣା ଜଣେ ଉଚ୍ଚ ପୁଲିସ୍ ଅଧିକାରୀଙ୍କ ପାଖକୁ ପଠାଉଛନ୍ତି। ସରକାରୀ ଭାବେ ଯେତିକି ଟ୍ୟାପିଙ୍ଗ୍ ହେବା କଥା ଏବେ ତା’ଠୁ ଢେରଗୁଣ ଅଧିକ ସଂଖ୍ୟାରେ ଏବଂ ମନଇଚ୍ଛା ମୋବାଇଲ ଫୋନ୍ ଟ୍ୟାପିଙ୍ଗ୍ ଚାଲିଛି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2NbHx57

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages