
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣେଶ ଚତୁର୍ଥୀ ଅବସରରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଘରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା।
ଗତକାଲି ଶ୍ରୀକାନ୍ତ ଜେନାଙ୍କ ଘରେ ଗଣେଶ ପୂଜା ଆୟୋଜିତ ହୋଇଥିଲା। ନିରଞ୍ଜନଙ୍କ ସହ ଦଳର ଅନ୍ୟ କିଛି ନେତା ଏହି ପୂଜାରେ ଯୋଗ ଦେଇଥିଲେ।
ଏହି ଅବସରରେ ନିରଞ୍ଜନ ଓ ଶ୍ରୀକାନ୍ତଙ୍କ ମଧ୍ୟରେ ବେଶ୍ କିଛି ସମୟ ଭାବ ବିନିମୟ ହୋଇଥିଲା।
ନିରଞ୍ଜନ ପିସିସି ସଭାପତି ହେବା ପରେ ଶ୍ରୀକାନ୍ତ ବିଭିନ୍ନ ପ୍ରସଙ୍ଗରେ ଦଳୀୟ ଫୋରମ୍କୁ ପତ୍ର ଲେଖିବାକୁ ନେଇ ଚର୍ଚ୍ଚା ହେଉଥିଲା।
ଏପରିକି ନିରଞ୍ଜନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ତେର୍ଚ୍ଛା ବାଣ ମାରୁଥିଲେ ଶ୍ରୀକାନ୍ତ। ତେବେ ନିରଞ୍ଜନଙ୍କୁ ଶ୍ରୀକାନ୍ତଙ୍କ ଘରେ ଦେଖିବା ପରେ କଂଗ୍ରେସ ଦଳରେ ଏବେ ନୂଆ ସମୀକରଣ ଚର୍ଚ୍ଚା ହେଉଛି।
from Odisha Reporter https://ift.tt/2Qu2oPa
No comments:
Post a Comment