ପୌର ନିର୍ବାଚନ ହେଲାନି, ପ୍ରଶାସକଙ୍କୁ ମିଳିଲା ପୌର ସଂସ୍ଥାର ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ପୌର ନିର୍ବାଚନ ହେଲାନି, ପ୍ରଶାସକଙ୍କୁ ମିଳିଲା ପୌର ସଂସ୍ଥାର ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଦ୍ଧାରିତ ଅବଧି ମଧ୍ୟରେ ପୌର ନିର୍ବାଚନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଆଜି ୬୫ଟି ପୌର ପରିଷଦ ଓ ଏନଏସିରେ ପ୍ରଶାସକଙ୍କୁ ନିଯୁକ୍ତି ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲିଠୁ(ସେପ୍ଟେମ୍ବର ୩୦ତାରିଖରୁ) ରାଜ୍ୟର ୨୦ଟି ଜିଲ୍ଲାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ପରିଷଦରେ ଥିବା ନିର୍ବାଚିତ ଲୋକପ୍ରତିନିଧିଙ୍କ ପରିବର୍ତ୍ତେ ସମସ୍ତ କ୍ଷମତା ପ୍ରଶାସକଙ୍କ ହାତରେ ରହିବ। ଏସବୁ ପୌର ସଂସ୍ଥାର କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ତଥା ସେଠାରେ ନିର୍ବାଚନ ହୋଇପାରିନଥିବାରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭ଟି ପୌର ପରିଷଦ/ଏନଏସିର ପ୍ରଶାସନିକ ଦାୟିତ୍ୱ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ହାତରେ ରହିଛି।ପ୍ରାୟତଃ ଆଜି କାର୍ଯ୍ୟକାଳ ସମାପ୍ତ ହୋଇଥିବା ସମସ୍ତ ପୌର ପରିଷଦ ଓ ଏନଏସିର ଦାୟିତ୍ୱ ସେସବୁ ଜିଲ୍ଲାରେ ଅବସ୍ଥାପିତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମିଳିଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ରହ୍ମପୁର ମହାନଗର ନିଗମର ପ୍ରଶାସକ ଦାୟିତ୍ୱ ଦିଆଯାଇଛି। ସେହିପରି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ନୟାଗଡ଼, ମାଲକାନଗିରିରେ ଜିଲ୍ଲାପାଳ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ କିଛି ଜାଗାରେ ଏଡିଏମ୍ ଓ ଉପଜିଲ୍ଲାପାଳଙ୍କୁ ପ୍ରଶାସକ ନିଯୁକ୍ତ କରାଯାଇଛି।

ସୂଚନାଯୋଗ୍ୟ, ପୌର ପରିଷଦରେ ସିଟ୍ ସଂରକ୍ଷଣ ହାରକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ହାଇକୋର୍ଟ ଦେଇଥିବା ରାୟକୁ ଗତକାଲି ସୁପ୍ରିମକୋର୍ଟ କାଏମ ରଖିଥିଲେ।ରାଜ୍ୟ ସରକାର ଏହି ସଂରକ୍ଷଣ ହାର ବୃଦ୍ଧି ନିମନ୍ତେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ପୌର ନିର୍ବାଚନର ତାରିଖ ଗଡ଼ାଇବା ପାଇଁ ଏଭଳି କରିଥିବା କଂଗ୍ରେସ ଅଭିଯୋଗ କରିଛି।

କିଏ କ’ଣ କହିଲେ?

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ରାଜ୍ୟ ସରକାର ସବୁ ଜାଣିଶୁଣି ଏକ ଗଣତାନ୍ତ୍ରିକ ପଦ୍ଧତିର କଣ୍ଠରୋଧ କରୁଛନ୍ତି। ନିର୍ବାଚନର ସମ୍ମୁଖୀନ ହେବାକୁ ସେମାନେ ଜମାରୁ ନାହୁଁନାହାନ୍ତି।”

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ପୌର ନିର୍ବାଚନ ହେଉ ବୋଲି ରାଜ୍ୟ ସରକାର ଚାହୁଁନଥିଲେ। ଏବେବି ଚାହୁଁ ନାହାନ୍ତି ନିର୍ବାଚନ ହେଉ। ସୁପ୍ରିମକୋର୍ଟଙ୍କ ଛାଟ ପାଇବା ପରେ ରିଭ୍ୟୁ କରିବେ ବୋଲି କହୁଛନ୍ତି।”

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ପ୍ରଶାସନିକ ବିଧି ବ୍ୟବସ୍ଥା ମଧ୍ୟରେ ନ୍ୟାୟିକ ପଦ୍ଧତି ପାଇଁ ରାଜ୍ୟ ସରକାର କୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଯାହା ରାୟ ଦେଇଛନ୍ତି, ତାହାକୁ ରାଜ୍ୟ ସରକାର ତର୍ଜମା କରିବେ, ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ରାଜନୀତିର ଗନ୍ଧ ବାରିବା ଉଚିତ ନୁହଁ।”



from Odisha Reporter https://ift.tt/2Ofmo9Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages