
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ଗିରଫ ହୋଇଥିବା ଜଟଣୀ ଆଇଆଇସି ସଞ୍ଜୀବ ମହାନ୍ତି ମୁହଁ ଖୋଲିଛନ୍ତି। ଆଜି ସେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର ହେବା ପରେ କହିଛନ୍ତି-“ମୁଁ ଗୋଆ ଯାଇନି କି ଟାଙ୍ଗୀ ମହିଳା ଏସ୍ଆଇଙ୍କ ସହ ମୋର ଅର୍ଥ କାରବାରର କୌଣସି ଲିଙ୍କ ନାହିଁ। ଟିଟୋ ସହ କେଉଁ ପୁଲିସ ବାବୁଙ୍କର ଲିଙ୍କ ଅଛି, ତାର ଖୋଳତାଡ଼ ହେଉ।”
୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଞ୍ଜୀବଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତା’ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଉପରେ ଚଢ଼ଉ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ ନେଇ ମଧ୍ୟ ପ୍ରମାଣ ମିଳିଥିଲା। ଟିଟୋର ଭାଇ ସପୋର ଏକ ଭାଇରାଲ ଭିଡିଓରେ ସେ ସଞ୍ଜୀବଙ୍କ ସହ ଟିଟୋର ଲିଙ୍କ ନେଇ କହିଥିଲା।
ଏସବୁ ଦିଗକୁ ନେଇ ଏବେ ପୁଲିସ ଖୋଳତାଡ଼ କରୁଛି।
from Odisha Reporter https://ift.tt/2P02PPN
No comments:
Post a Comment