
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ନାଁରେ ଏବେ ଉଭୟ ସରକାର ଓ ବିଜେଡିର ସର୍ବେସର୍ବା ପାଲଟିଥିବା ସରକାରୀ ବାବୁ (ସାର୍)ଙ୍କ ଡକରା ପାଇ ଏବେ ନେତାମାନେ ଅତି ମାତ୍ରାରେ ଉତ୍ସାହିତ ହୋଇପଡ଼ୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି।
ଶୁଣିବାକୁ ମିଳୁଛି, ଡାକ୍ତର ଦାମୋଦର ରାଉତ ଆଣିଥିବା ପୁଳାପୁଳା ଦୁର୍ନୀତି ଅଭିଯୋଗ ଓ ସେଥିରେ ତୃତୀୟ ମହଲାର ଏହି ବାବୁଙ୍କୁ ଛନ୍ଦିଥିବାରୁ କୁଆଡ଼େ ସେ ବିବ୍ରତ ହୋଇପଡ଼ିଛନ୍ତି। କାଳେ ଏଭଳି ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧରେ ନିର୍ବାଚନ ପର୍ଯ୍ୟନ୍ତ ଲାଖି ରହିବ ଓ ମୁଖିଆ ନିଜସ୍ୱ ଫାଇଦା ପାଇଁ ତାଙ୍କୁ ବିତାଡ଼ିତ କରିଦେବେ ସେହି ଆଶଙ୍କାରେ ସେ କୁଆଡ଼େ ଏବେ ଦାମଙ୍କୁ ଦୁର୍ବଳ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
ଚର୍ଚ୍ଚା ହେଉଛି, ଟିକେଟ୍ ପାଇବା ଆଶାରେ କିଛି ବିଜେଡି ବିଧାୟକ କୁଆଡ଼େ ତାଙ୍କୁ ଏବେ ଦ୍ୱିତୀୟ ଭଗବାନ ଭଳି ପୂଜିବାରେ ଲାଗିଛନ୍ତି। ଏପରିକି କିଛି ବିଜେଡି ନେତା କୁଆଡ଼େ ତାଙ୍କର ପାଦ ଛୁଇଁବାକୁ ପଛାଉ ନାହାନ୍ତି। ଅବଶ୍ୟ ଦଳରେ ଏହି ବାବୁଙ୍କର ଯାହା କାଟତି ତାଙ୍କ ପାଦ ଛୁଇଁବା ପାଇଁ କୁଆଡ଼େ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିବ।
ଦାମଙ୍କୁ ନୈତିକ ସମର୍ଥନ ଦେଇଥିବାରୁ ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବାବୁ କୁଆଡ଼େ ବିଜେଡିର କିଛି ତୋଷାମଦକାରୀ ନେତାଙ୍କ ମାଧ୍ୟମରେ ଗତକାଲି ରାତିରେ ଓ ଆଜି କ୍ରିୟାଶୀଳ ହେବାକୁ ମନ୍ତ୍ରଣା ଦେଇଛନ୍ତି। ଏହି ବାବୁ କୁଆଡ଼େ ଏସବୁ ମାମଲାରେ ଯେଉଁ ନେତାମାନଙ୍କୁ ଉପଯୋଗ କରୁଛନ୍ତି ସେମାନେ ସମସ୍ତେ ବିଭିନ୍ନ କାରଣ ଯୋଗୁ ବିବାଦୀୟ ଅଛନ୍ତି। ଆଗାମୀ ନିର୍ବାଚନରେ ଏହି ବାବୁଙ୍କ ଅଖଣ୍ଡ ପ୍ରଭାବ ରହିବାର ଆଶଙ୍କା ଥିବାରୁ କୁଆଡ଼େ ସେ ଯାହା କହୁଛନ୍ତି ନେତାମାନେ ତାକୁ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି।
ଚର୍ଚ୍ଚା ହେଉଛି, ଟିକେଟ୍ ପାଇବା ଆଶାରେ କିଛି ବିଜେଡି ବିଧାୟକ କୁଆଡ଼େ ତାଙ୍କୁ ଏବେ ଦ୍ୱିତୀୟ ଭଗବାନ ଭଳି ପୂଜିବାରେ ଲାଗିଛନ୍ତି। ଏପରିକି କିଛି ବିଜେଡି ନେତା କୁଆଡ଼େ ତାଙ୍କର ପାଦ ଛୁଇଁବାକୁ ପଛାଉ ନାହାନ୍ତି। ଅବଶ୍ୟ ଦଳରେ ଏହି ବାବୁଙ୍କର ଯାହା କାଟତି ତାଙ୍କ ପାଦ ଛୁଇଁବା ପାଇଁ କୁଆଡ଼େ ବିଜେଡି ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିବ।
ଶୁଣିବାକୁ ମିଳୁଛି, ଏହି ବାବୁ କୁଆଡ଼େ ଆଜି ଅପରାହ୍ନରେ ୭-୮ଜଣ ନେତାଙ୍କୁ ତୃତୀୟ ମହଲାକୁ ଡାକି ଟ୍ୟୁସନ କରିଛନ୍ତି। ଆଉ ଏହି ବାବୁଙ୍କ ଡକରା ପାଇ ନେତାମାନେ ବି କୁଆଡ଼େ ନିଜକୁ କୃତ୍ୟ କୃତ୍ୟ ମନେ କରୁଛନ୍ତି। ବୈଜୟନ୍ତଙ୍କ ହେଲିକପ୍ଟର ପ୍ରସଙ୍ଗରେ ଦଳର ନିଷ୍ପତ୍ତି ଭୁଲ ଥିବା କିଛି ବରିଷ୍ଠ ନେତା କହୁଥିଲେ ମଧ୍ୟ ଏହି ବାବୁ କୁଆଡ଼େ କେତେକ ବିବାଦୀୟ ନେତାମାନଙ୍କ ମାଧ୍ୟମରେ ନିଜର ପ୍ରତିଶୋଧ ନେବାର ମାର୍ଗ ପ୍ରଶସ୍ତ କରୁଛନ୍ତି। ଯେଉଁ ନେତାମାନଙ୍କୁ ଡାକୁଛନ୍ତି ସେମାନଙ୍କୁ କୁଆଡ଼େ କେବଳ ନିର୍ଦ୍ଦେଶ ପାଳନ ପାଇଁ ତାଗିଦ୍ କରାଯାଉଛି ବୋଲି ଚର୍ଚ୍ଚା।
from Odisha Reporter https://ift.tt/2MOqnWg
No comments:
Post a Comment