ଯୁବପିଢ଼ିଙ୍କୁ ଦକ୍ଷତା ବିକାଶର ମନ୍ତ୍ର ଦେବେ ଅନୁଷ୍କା ଓ ବରୁଣ ଧାୱନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଯୁବପିଢ଼ିଙ୍କୁ ଦକ୍ଷତା ବିକାଶର ମନ୍ତ୍ର ଦେବେ ଅନୁଷ୍କା ଓ ବରୁଣ ଧାୱନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକପ୍ରିୟ ବଲିଉଡ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ‘ସ୍କିଲ୍‌ ଇଣ୍ଡିଆ କ୍ୟାମ୍ପେନ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡର୍ ଭାବେ ଚୟନ କରାଯାଇଛି। ଉଭୟ ଆଜି ଏନେଇ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ୍ ଇଣ୍ଡିଆ ମିଶନକୁ ଭୁୟସୀ ପ୍ରଶଂସା କରିଛନ୍ତି। 
 
ନିକଟରେ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ‘ସୁଇ-ଧାଗା’ ଚଳଚ୍ଚିତ୍ରରେ ଏହି ଯୋଡ଼ି ନଜର ଆସିବେ। ଏହି ଫିଲ୍ମରେ ଭାରତର ଦକ୍ଷତା ଯୁକ୍ତ ମାନବସମ୍ବଳକୁ ସମ୍ମାନିତ କରିବା ପାଇଁ ସେମାନେ ଚେଷ୍ଟା କରିଛନ୍ତି। ବିଶେଷ ଭାବରେ ଭାରତର ମାଟି ସହ ଜଡ଼ିତ କାରିଗର, ଶିଳ୍ପୀ ଓ ବୁଣାକାରମାନଙ୍କୁ ଏହି ଫିଲ୍ମ ମାଧ୍ୟମରେ ଉଭୟ ଉତ୍ସାହିତ କରିଛନ୍ତି। ‘ସୁଇ-ଧାଗା’ ଚଳଚ୍ଚିତ୍ରରେ ଧାୱନ ଜଣେ ଦର୍ଜୀର ଭୂମିକାରେ ଅଭିନୟ କରୁଥିବାବେଳେ ଅନୁଷ୍କା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି।  
 
ସ୍କିଲ ଇଣ୍ଡିଆର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଦୁଇ କଳାକାର ଦେଶର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ଭାରତର ଯୁବ ପିଢ଼ିଙ୍କୁ ଦକ୍ଷତା ବୃଦ୍ଧି ପାଇଁ ପ୍ରୋତ୍ସାହିତ କରିବେ।
 
ଏହି ଅବସରରେ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ବରୁଣ ଧାୱନ ଓ ଅନୁଷ୍କା ଶର୍ମା ‘ସୁଇ-ଧାଗା’ ଚଳଚ୍ଚିତ୍ର ମାଧ୍ୟମରେ ମାନବସମ୍ବଳ ଦକ୍ଷତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ଏହି ଚଳଚ୍ଚିତ୍ରରେ ବହୁତ ବଡ଼ ସାମାଜିକ ବାର୍ତ୍ତା ରହିଛି। ଭାରତ ବିଶ୍ୱର ଗୋଟିଏ ଯୁବଦେଶ। ଏହି ଯୁବପିଢ଼ିର ଦକ୍ଷତା ଓ ଉଦ୍ୟମୀ ହେବାର ଇଚ୍ଛାଶକ୍ତି ଦେଶକୁ ବିଶ୍ୱରେ ଏକ ନୂଆ ପରିଚୟ ଦେବାରେ ସହାୟକ ହେବ।” 


from Odisha Reporter https://ift.tt/2pixSet

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages