କ୍ରିକେଟ୍ ପଡ଼ିଆରେ ‘ନାଗିନ୍ ଡ୍ୟାନ୍ସ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

କ୍ରିକେଟ୍ ପଡ଼ିଆରେ ‘ନାଗିନ୍ ଡ୍ୟାନ୍ସ’

bangla

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍ ଟିମ୍ ମ୍ୟାଚ୍ ଜିତିଲେ ବା ବିପକ୍ଷ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଦେଲେ କେମିତି ଖୁସିରେ ନାଚନ୍ତି, ତାହା ତ ଆପଣମାନେ ଦେଖିଥିବେ। ସେହି ନାଚକୁ ‘ଗଙ୍ଗନମ୍’ ଷ୍ଟାଇଲ କୁହାଯାଏ। ଏହା ବେଶ୍ ଜଣାଶୁଣା ହୋଇସାରିଛି। କ୍ରିକେଟ୍ ପ୍ରେମୀମାନେ ବି ଏହାର ବେଶ୍ ମଜା ନିଅନ୍ତି।

yyy‘ଗଙ୍ଗନମ୍‌’ ପରେ କ୍ରିକେଟ୍ ପଡ଼ିଆରେ ଆଉ ଏକ ନୃତ୍ୟ ବେଶ୍ ଆଦୃତ ହେଉଛି ଅର୍ଥାତ୍ ଏହା କ୍ରିକେଟ୍ ପ୍ରେମୀଙ୍କ ମନୋରଞ୍ଜନ କରୁଛି। ତାହା ହେଉଛି ‘ନାଗିନ୍ ଡ୍ୟାନ୍ସ’। ଭାରତରେ ‘ନାଗିନ୍ ଡ୍ୟାନ୍ସ’ର ଏକ ଭିନ୍ନ କ୍ରେଜ୍ ଅଛି। ବାହାଘର ଶୋଭାଯାତ୍ରା ହେଉ କି ଆଉ କୌଣସି ଫଙ୍କସନ୍ ‘ନାଗିନ୍ ଡ୍ୟାନ୍ସ’ ନିଶ୍ଚିତ ହୁଏ। ଏହି ‘ନାଗିନ୍ ଡ୍ୟାନ୍ସ’ ବାଂଲାଦେଶୀ ଖେଳାଳିଙ୍କୁ କିମିଆ କରି ଦେଇଛି। ପ୍ରତିପକ୍ଷକୁ ଚିଡ଼ାଇବା ପାଇଁ ହେଉ ଅବା ଖୁସି ମନାଇବା ପାଇଁ ହେଉ, ଏହି ଡ୍ୟାନ୍ସକୁ ସେମାନେ ଆପଣାଇ ନେଇଛନ୍ତି।

nagin2ଏସିଆ କପ୍ ଫାଇନାଲ୍‌ ମ୍ୟାଚ୍‌ରେ ବି ଆପଣ ଏଭଳି ଦୃଶ୍ୟ ଦେଖିଥିବେ। ଶେଖର ଧୱନ୍‌ଙ୍କୁ ଆଉଟ୍ କରିବା ପରେ ବାଂଲାଦେଶୀ ବୋଲର୍ ନଜମୁଲ୍ ଇସ୍‌ଲାମ୍ ନାଗିନ୍ ଡ୍ୟାନ୍ସ କରିଥିଲେ। କାହିଁକି ଅବା କରି ନଥାନ୍ତେ? ସେ ଜାଣିଥିଲେ ଧୱନଙ୍କ ୱିକେଟ୍ ତାଙ୍କ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଥିଲା?

ଅବଶ୍ୟ ତାଙ୍କ ନାଗିନ୍ ଡ୍ୟାନ୍ସ ଭାରତକୁ ଘାଇଲା କରିପାରି ନଥିଲା। କାରଣ ମ୍ୟାଚ୍ ହାରି ବାଂଲାଦେଶ ନିଜେ ଘାଇଲା ହୋଇଗଲା।

nagin2ଚଳିତ ବର୍ଷ ‘ନିଦାହସ୍‌ ଟ୍ରଫି’ରେ ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ଖେଳାଳିଙ୍କ ନାଗୀନ ଡ୍ୟାନ୍ସକୁ କିଏ ଅବା ଭୁଲି ପାରିବ। ତେବେ ନିଦାହସ୍ ଟ୍ରଫି ଫାଇନାଲ୍‌ରେ ବାଂଲାଦେଶକୁ ହରାଇବା ପରେ ଭାରତୀୟ ଖେଳାଳି ଶିଖର ଧୱନ ଓ ଦୀନେଶ କାର୍ତ୍ତିକ ମଧ୍ୟ ନାଗିନ୍ ଡ୍ୟାନ୍ସ କରିଥିଲେ।

ଏପରିକି ସେହି ମ୍ୟାଚ୍‌ରେ ରୋହିତ ଶର୍ମା ଏକ ଛକ୍କା ମାରିବା ପରେ କମେଣ୍ଟ୍ରି ବକ୍ସରେ ସୁନୀଲ ଗାଭାସ୍କର ନାଗିନ୍ ଡ୍ୟାନ୍ କରିଥିବା ଦେଖିବାକୁ ମିଳିଥିଲା।

gavaskarଏହି ନାଗିନ ଡ୍ୟାନ୍ସ ପାଇଁ ସେତେବେଳେ ସୋଶାଲ୍ ମିଡିଆରେ ବାଂଲାଦେଶକୁ ସମାଲୋଚନା ମଧ୍ୟ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ ତୁମେ ଯଦି ବିପକ୍ଷ ଦଳକୁ ନାଗିନ୍ ଡ୍ୟାନ୍ସ କରି ଚିଡ଼ାଇ ପାରିବ, ତା’ହେଲେ ଅନ୍ୟମାନେ ବି ତୁମ ବିପକ୍ଷରେ ଏହାକୁ ପ୍ରୟୋଗ କରିପାରିବେ।

ତେବେ ସେ ଯାହା ବି ହେଉ ଏହି ଡ୍ୟାନ୍ସ କ୍ରିକେଟ୍ ପ୍ରେମୀଙ୍କ ମନୋରଞ୍ଜନ କରିପାରୁଛି।



from Odisha Reporter https://ift.tt/2zFMVFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages