
ପୁରୀ(ମଧୁସୂଦନ ମିଶ୍ର): ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ଦେଇ ସମସ୍ତ ଭକ୍ତ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ।
ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିକଟରେ ପରିଚାଳନା କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିଲା। ଏହାକୁ ପରୀକ୍ଷାମୂଳକ ଭାବେ ପୁଲିସ୍ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ସ୍ଥାୟୀ ଭାବେ ଏହି ନିୟମକୁ ପାଳନ କରାଯିବ।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି,“ବର୍ତ୍ତମାନ ଯେଉଁଭଳି ଭାବରେ ଦର୍ଶନ ବ୍ୟବସ୍ଥା ଚାଲିଛି, ସେହିଭଳି ଭାବରେ ଚାଲୁ। ଆସନ୍ତାକାଲିଠାରୁ ଯେଉଁ ବ୍ୟବସ୍ଥା ଆରମ୍ଭ ହେଉଛି ଏହାକୁ ସାରା ଓଡ଼ିଶାର ଭକ୍ତମାନେ, ବୁଦ୍ଧିଜୀବୀ ଓ ସେବାୟତ ଭାଇମାନେ ଆଗାମୀ ଦିନରେ ଦୃଢ଼ ଭାବେ ବିରୋଧ କରିବେ।”
from Odisha Reporter https://ift.tt/2P0cvKr
No comments:
Post a Comment