‘ଅନ୍ୟ ଦଳକୁ ଯିବନି, ଏକା ଏକା ନିର୍ବାଚନ ଲଢ଼ିବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

‘ଅନ୍ୟ ଦଳକୁ ଯିବନି, ଏକା ଏକା ନିର୍ବାଚନ ଲଢ଼ିବି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ” ଅନ୍ୟ ଦଳକୁ ଯିବି ନାହିଁ କିନ୍ତୁ ସାଧାରଣ ଜୀବନରେ ରହିବି। ଆଗାମୀ ନିର୍ବାଚନରେ ନିର୍ବାଚନ ଲଢ଼ିବି ଓ ଓଡ଼ିଶାର ଯେକୌଣସି ସ୍ଥାନରୁ ଲଢ଼ିବାର ସାମର୍ଥ୍ୟ ମୋର ଅଛି” ବୋଲି ବିଜେଡିରୁ ବହିଷ୍କାର ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟାରେ ଏହା କହିଛନ୍ତି।

ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ରାଉତ କହିଛନ୍ତି ଯେ, ଗତ ୮ମାସ ହେଲା ବିଜେଡିରେ ନଥିଲି। ରାତିଅଧରେ ତାଙ୍କୁ ବିନା କାରଣରେ ମନ୍ତ୍ରୀ ପଦରୁ ବହିଷ୍କାର କରାଗଲା। ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦବୀରୁ ବହିଷ୍କାର କରାଗଲା। ଗତ ୮ମାସ ହେଲା ତାଙ୍କ ସହ ଦଳର କୌଣସି ନେତା କଥା ହେଉନଥିଲେ କିମ୍ବା ଦଳୀୟ କାର୍ଯ୍ୟରେ ତାଙ୍କୁ ଖୋଜା ଯାଉନଥିଲା। ତେଣୁ ଆଜି କେବଳ ତାଙ୍କୁ ଅଫିସିଆଲ ଭାବେ ବହିଷ୍କାର କରାଯାଇଛି। ଯାହା ସେ ଗଣମାଧ୍ୟମରୁ ଶୁଣିଛନ୍ତି। 

ଦଳ ଓ ଦଳର ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ଡା ରାଉତ କହିଛନ୍ତି ଯେ ବିଜେଡିରେ ସମ୍ବିଧାନ ବୋଲି କିଛି ନାହିଁ। ଦଳର କାର୍ଯ୍ୟକାରିଣୀ ବସେ ନାହିଁ କିମ୍ବା ଗଣତାନ୍ତ୍ରିକ ପଦ୍ଧତିରେ କୌଣସି କାର୍ଯ୍ୟ ହୁଏ ନାହିଁ। ତେଣୁ ବିଜେଡିରେ ସମ୍ବିଧାନ ଅଛି ବୋଲି ସେ ଜାଣନ୍ତି ନାହିଁ। ନବୀନ ପଟ୍ଟନାୟକଙ୍କ ଭଳି ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଥିବା ନେତା ସିଏ ନୁହଁନ୍ତି ବୋଲି କହିଛନ୍ତି। 

ମୁଖ୍ୟମନ୍ତ୍ରୀ ଭାବେ ସେ ୬ଟି ବୈଧାନିକ କମିଟିର ମୁଖ୍ୟ ଅଛନ୍ତି। କିନ୍ତୁ ଦିନେକାଳେ ଏହି କମିଟିଗୁଡ଼ିକର ବୈଠକ ବସେନି। ଶ୍ରୀମନ୍ଦିର କମିଟିରେ ଅଛନ୍ତି କିନ୍ତୁ ରତ୍ନଭଣ୍ଡାରରୁ ଚୋରି ହେଲା। ଓପେପା କମିଟିରେ ଅଧ୍ୟକ୍ଷ ଅଛନ୍ତି ସେଠାରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ତେଣୁ ଦୁର୍ନୀତି, ଭ୍ରଷ୍ଟାଚାର ଓ ଲୁଟର ହିରୋ କିଏ ତାହା ସେ ଖୁବଶୀଘ୍ର ପର୍ଦ୍ଦାଫାସ କରିବେ ବୋଲି ଚେତାବନୀ ଦେଇଛନ୍ତି। 

ଯେଉଁମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି, ସିବିଆଇ ଓ ଅନ୍ୟାନ୍ୟ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ଏବେ ବିଜେଡିକୁ କବଜା କରି ରଖିଛନ୍ତି ବୋଲି ଡା ରାଉତ କହିଛନ୍ତି। 

ତାଙ୍କ ପାଇଁ ନିଜର ସ୍ୱାଭିମାନ ହେଉଛି ବଡ଼, ନୀତି ହେଉଛି ବଡ଼ ଓ ସେ ନୀତି ଆଦର୍ଶରେ ରହି ଆସିଛନ୍ତି। ବିଜୁ ବାବୁଙ୍କ ଅନୁଗତ ଭାବେ ସେ ଚାରି ଦଶନ୍ଧି ଧରି ରାଜନୀତିରେ ରହିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ସାଧାରଣ ଜୀବନରେ ରହିବେ ବୋଲି ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ।

ବିଜେଡିରୁ ବହିଷ୍କାର ପରେ ଦାମୋଦର ରାଉତ କ’ଣ କହିଲେ ଶୁଣନ୍ତୁ ତାଙ୍କ ଲମ୍ବା ପ୍ରତିକ୍ରିୟା।



from Odisha Reporter https://ift.tt/2COZbXx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages