ବିଜେଡିରୁ ଦାମଙ୍କୁ ବହିଷ୍କାର ପରେ କିଏ କ’ଣ କହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ବିଜେଡିରୁ ଦାମଙ୍କୁ ବହିଷ୍କାର ପରେ କିଏ କ’ଣ କହିଲା

dama111

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଜେଡିରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ଡାକ୍ତର ଦାମୋଦର ରାଉତ। ତାଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଦାମଙ୍କ ବହିଷ୍କାରକୁ ନେଇ କିଏ କ’ଣ କହିଛନ୍ତି ପଢ଼ନ୍ତୁ।

ବିଷ୍ଣୁ ଦାସ: ଦାମ ଓ ବିଷ୍ଣୁଙ୍କ କଳି ସାରା ରାଜ୍ୟ ଜାଣିଛି। ଛାଇ ପଇଲେ ଦୁଇ ଜଣଙ୍କ ନାହି ଡେଇଁଥାଏ। ଏବେ ଦାମଙ୍କୁ ବହିଷ୍କାର କରାଯାଇଥିବାରୁ ବିଷ୍ଣୁ ବେଶ ଖୁସି ଅଛନ୍ତି। ସେ କହିଛନ୍ତି -“ବହିଷ୍କାର ପରେ ସାରା ଜଗତସିଂହପୁରରେ ଆନନ୍ଦର ଲହରୀ ଖେଳିଯାଇଛି। ଦାମବାବୁ ବହୁ ଆଗରୁ ଦଳରୁ ବହିଷ୍କାର ହେବା କଥା।”

ବୈଜୟନ୍ତ ପଣ୍ଡା: ଦାମଙ୍କ କହିଷ୍କାର ପରେ ବିଜେଡି ଦୁର୍ନୀତି ବିରୋଧରେ ଲଢ଼ୁଥିବା ନେଇ ପିଟୁଥିବା ଡିଣ୍ଡିମ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ କରି କହିଛନ୍ତି, “ଯେଉଁ ଦଳରେ ରହି ଗର୍ବ ଅନୁଭବ କରୁଥିଲି, ଏବେ ସେ ଦଳ ବାଟବଣା। ଯେଉଁ ଦଳରେ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ସମ୍ମାନ ଦିଆଯାଉଥିଲା ଓ ଦୁର୍ନୀତିଖୋରଙ୍କୁ ଦଳରୁ ବିଦା କରାଯାଉଥିଲା, ଏବେ କ’ଣ ହେଲା ଯେ ସଂପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି।”

ଦେବେନ୍ଦ୍ର ଶର୍ମା: କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ଦାମଙ୍କ ବହିଷ୍କାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହିଁ ଗଡଫାଦର୍‌। ଦାମଙ୍କ ବହିଷ୍କାର ପଛରେ ପାଣ୍ଡିଆନ୍‌ଙ୍କ ଭୂମିକା ରହିଛି।”



from Odisha Reporter https://ift.tt/2CPgzeL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages