ଦିବ୍ୟାଂଶ-ଶ୍ରେୟା ଜିତିଲେ ବ୍ରୋଞ୍ଜ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଦିବ୍ୟାଂଶ-ଶ୍ରେୟା ଜିତିଲେ ବ୍ରୋଞ୍ଜ 

ଚାଙ୍ଗୱନ୍:  ଇଣ୍ଟରନ୍ୟାଶନାଲ୍‌ ଶୁଟିଂ ସ୍ପୋର୍ଟସ ଫେଡେରେସନ୍‌(ଆଇଏସ୍ଏସ୍ଏଫ୍) ୱାର୍ଲ୍ଡ ଚାମ୍ପିୟନଶିପ୍‌ର ୧୦ ମିଟର୍ ଏୟାର ରାଇଫଲ୍ ମିକ୍ସଡ୍ ଟିମ୍ ଜୁନିୟର ଇଭେଣ୍ଟରେ ଭାରତର ଦିବ୍ୟାଂଶ ସିଂହ ପନୱାର ଓ ଶ୍ରେୟା ଅଗ୍ରୱାଲ ବ୍ରୋଞ୍ଜ  ପଦକ ଜିତିଛନ୍ତି। କିନ୍ତୁ ଭାରତର ବରିଷ୍ଠ ବିଭାଗର ଶୁଟ୍‌ରମାନେ ଦେଶକୁ ନିରାଶ କରିଛନ୍ତି । 
୪୨ଟି ଟିମ୍‌କୁ ନେଇ ଅନୁଷ୍ଠିତ କ୍ୱାଲିଫିକେସନ୍‌ ରାଉଣ୍ଡ୍‌ରେ  ଦିବ୍ୟାଂଶ ଓ ଶ୍ରେୟା ୮୩୪.୪ ସ୍କୋର ସହ ୫ମ ସ୍ଥାନରେ ରହି ଫାଇନାଲ୍‌ ଟିକେଟ୍‌ ପାଇଥିଲେ। ଫାଇନାଲ୍‌ରେ ଏହି ଯୋଡ଼ି ୪୩୫ ସ୍କୋର ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି।
ଇଟାଲୀର ସୋଫିଆ ବେନେଟ୍ଟି ଓ ମାର୍କୋ ସୁପିନୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଇରାନର ସାଦେଘିଆନ ଆର୍ମିନା ଓ ମହମ୍ମଦ ଆମୀର ନେକୌନାମ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଭାରତର ଅନ୍ୟତମ ଯୋଡ଼ି ଏଲାଭେନିଲ୍ ଭାଲାରିଭାନ୍ ଓ ହୃଦୟ ହାଜାରିକା ୮୨୯.୫ ପଏଣ୍ଟ ସହ ୧୩ତମ ସ୍ଥାନରେ ରହିଛନ୍ତି।
 ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଅଦ୍ୟାବଧି ସମୁଦାୟ ୩ଟି ଲେଖାଏ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛି। 


from Odisha Reporter https://ift.tt/2wKW3po

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages