କୁକ୍‌ଙ୍କ ଶ୍ରେଷ୍ଠ କ୍ରିକେଟ୍‌ ଏକାଦଶରେ ନାହାନ୍ତି କୌଣସି ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

କୁକ୍‌ଙ୍କ ଶ୍ରେଷ୍ଠ କ୍ରିକେଟ୍‌ ଏକାଦଶରେ ନାହାନ୍ତି କୌଣସି ଭାରତୀୟ

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ଇଂଲିଶ ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର୍‌ କୁକ୍ ନିଜ ପସନ୍ଦର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଟିମର ସଦସ୍ୟଙ୍କ ତାଲିକା ଆଜି ପ୍ରକାଶ କରିଛନ୍ତି । 
 
ତେବେ କୁକ୍‌ଙ୍କ ଏହି ଏକାଦଶରେ  କୌଣସି ଭାରତୀୟ କ୍ରିକେଟର ସ୍ଥାନ ପାଇନାହାନ୍ତି। ଯାହା କ୍ରିକେଟ୍‌ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
 
କୁକ୍ କହିଛନ୍ତି, ମୁଁ ସେହି ଖେଳାଳିମାନଙ୍କୁ ସର୍ବକାଳୀନ ଏକାଦଶରେ ସ୍ଥାନ ଦେଇଛି, ଯେଉଁମାନଙ୍କ ସହ କିମ୍ବା ବିରୋଧରେ ମ୍ୟାଚ୍‌ ଖେଳିଛି ।
 
କୁକ୍ ଦଳର ଅଧିନାୟକ ଭାବେ ଇଂଲଣ୍ଡର ପୂର୍ବତନ କ୍ରିକେଟର୍ ଗ୍ରାହାମ ଗୁଚ୍‌ଙ୍କୁ ଚୟନ କରିଛନ୍ତି। ଗୁଚ୍‌ଙ୍କୁ ସେ ଓପନିଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ମଧ୍ୟ ଶ୍ରେଷ୍ଠ ଏକାଦରେ ସ୍ଥାନ ଦେବା ସହ ଅନ୍ୟତମ ଓପନର୍‌ ଭାବେ ସେ ଅଷ୍ଟ୍ରେଲିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ୍‌ଙ୍କୁ ପସନ୍ଦ କରିଛନ୍ତି।
 
ତାଙ୍କ ଟିମ୍‌ରେ ବ୍ରାଏନ୍ ଲାରା, ରିକି ପଣ୍ଟିଂ, ଏବି ଡି’ଭିଲିୟର୍ସ ଏବଂ ଜ୍ୟାକ୍ କ୍ୟାଲିସ୍‌ଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି। ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ୱିକେଟ୍‌କିପର ଭାବେ କୁକ୍‌ଙ୍କ ଶ୍ରେଷ୍ଠ ଏକାଦଶରେ ରହିଛନ୍ତି। 
 
ସେହିପରି ସ୍ପିନ୍‌ର ଭାବେ ମୁଥିଆ ମୁରଲୀଧରନ ଓ ଶେନ୍ ୱାର୍ଣ୍ଣ ସ୍ଥାନ ପାଇଥିବା ବେଳେ ପେସ୍ ବୋଲର ଭାବେ ଗ୍ଲେନ ମ୍ୟାଗ୍ରାଥ ଓ ଜେମ୍ସ ଆଣ୍ଡରସନ୍ ରହିଛନ୍ତି ।


from Odisha Reporter https://ift.tt/2NRess3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages