ବିଶ୍ୱ ଭ୍ରମଣରେ ବୁଲୁ ବୁଲୁ ଭାରତ ମହାସାଗରରେ ଫସି ଯାଇଥିଲେ ନୌସେନା କମାଣ୍ଡର, ଆଉ ତା’ପରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ବିଶ୍ୱ ଭ୍ରମଣରେ ବୁଲୁ ବୁଲୁ ଭାରତ ମହାସାଗରରେ ଫସି ଯାଇଥିଲେ ନୌସେନା କମାଣ୍ଡର, ଆଉ ତା’ପରେ

ନୂଆଦିଲ୍ଲୀ: ତିନି ଦିନ ପରେ ଉଦ୍ଧାର ହେଲେ ନୌସେନା କମାଣ୍ଡର ଅଭିଳାଶ ଟୋମି। ଦୀର୍ଘ ସମୟ  ପ୍ରୟାସ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ ନୌସେନା ସହ ଅଷ୍ଟ୍ରେଲିୟାର ରେସ୍‌କ୍ୟୁ ଟିମ୍।

ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି । ତାଙ୍କ ଚିକିତ୍ସା କରାଯାଉଥିବା ନୌସେନା ପକ୍ଷରୁ ଏହି ସୂଚନା ମିଳିଛି।  ଗତକାଲି ତାଙ୍କୁ ଠାବ କରାଯାଇଥିଲା । ସେନା ପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାରକ୍ରାଫ୍ଟ ଏହି ଅପରେସନ୍‌ରେ ନିୟୋଜିତ ହୋଇଥିଲେ। ନୌସେନାର କମାଣ୍ଡର ଅଭିଳାଶ ସମୁଦ୍ର ପଥରେ ଏକାକୀ ବିଶ୍ୱ ପରିକ୍ରମା କରୁଥିବାବେଳେ ନିଖୋଜ ହୋଇ ଯାଇଥିଲେ।

ଲଗାତାର ତିନି ଦିନ୍ ଖୋଜାଖୋଜି କରିବା ପରେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି । ଅଭିଳାଷଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ତେଣୁ ତାଙ୍କୁ ଉଦ୍ଧାର ପରେ ଫ୍ରେଞ୍ଚ ଫିସିଂ ଭେସାଲରେ ଚିକିତ୍ସା କରାଯାଉଛି।

ଗତକାଲି ତାଙ୍କୁ ଅଷ୍ଟ୍ରେଲିଆ ନିକଟ ଭାରତ ମହାସାଗରରେ ଠାବ କରାଯାଇଥିଲା । ନୋ ମେନ୍ସ ଲ୍ୟାଣ୍ଡ ଥିବାରୁ ତାଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା।  ଭାରତୀୟ ନୌସେନାର ଦୁଇଟି ଯୁଦ୍ଧ, ଚପ୍ର, ଏୟାରକ୍ରାଫ୍ଟ ସହ ଅଷ୍ଟ୍ରେଲିୟାର ରେସ୍‌କ୍ୟୁ ଟିମ୍ ଅଭିଳାଷଙ୍କ ସନ୍ଧନାରେ ଲାଗିଥିଲେ।



from Odisha Reporter https://ift.tt/2NyHFeY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages