ଶାହ-ବାଣର ଜବାବ ଦେଲା ବିଜେଡି: କହିଲା- ଦେଶରେ ରାଜନୀତିକ ଇର୍ମଜେନ୍ସି ସ୍ଥିତି ଉପୁଜିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଶାହ-ବାଣର ଜବାବ ଦେଲା ବିଜେଡି: କହିଲା- ଦେଶରେ ରାଜନୀତିକ ଇର୍ମଜେନ୍ସି ସ୍ଥିତି ଉପୁଜିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଦିନିକିଆ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ୍ କରିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅମିତ୍ ଶାହ ଓ ବିଜେପିର ନୀତିକୁ କଡ଼ା ସମାଲୋଚନା କରାଯାଇଛି।

ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ସସ୍ମିତ ପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ଦମନର ରାଜନୀତି ଚାଲିନି ବରଂ ଦମନ ହେଉଛି ବିଜେପିର ନୀତି। ବିଜେପି ଦଳ ଭିତରେ ଓ ବାହାରେ ଦମନ ଲୀଳା ରଚୁଛି। ଅର୍ବାନ ନକ୍ସଲ ନାଁରେ ପ୍ରଗତିଶୀଳ ଲେଖକ ଓ ବୁଦ୍ଧିଜୀବୀଙ୍କୁ ଜେଲରେ ପୂରାଉଥିବା ବେଳେ, ଦଳ ଭିତରେ ନିଜର ବରିଷ୍ଠ ନେତାମାନଙ୍କୁ ଦମନ କରାଇଛି।

୨୦୧୪ ମସିହାରେ ଆଚ୍ଛେଦିନ୍‌ର ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଆସିବା ପରେ ଦରଦାମ୍‌ ନିୟନ୍ତ୍ରଣ କରିବା ତ ଦୂରର କଥା, ଏବେ ତାହା କେଉଁ ସ୍ଥିତିରେ ପହଞ୍ଚିଛି, ସାଧାରଣ ଲୋକେ ଅନୁଭବ କରିପାରିଥିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

୫ ବର୍ଷ ସମୟ ଦେଲେ ଓଡ଼ିଶାକୁ ନମ୍ବର-ୱାନ୍ ବିକଶିତ ରାଜ୍ୟରେ ପରିଣତ କରିଦେବେ ବୋଲି ଶ୍ରୀ ଶାହ ଯେଉଁ ବକ୍ତବ୍ୟ ଦେଇଛନ୍ତି, ତାହା ଭ୍ରମାତ୍ମକ ଓ ତ୍ରୁଟିପୂର୍ଣ୍ଣ। ସଂଘୀୟ ବ୍ୟବସ୍ଥାରେ କୌଣସି ରାଜ୍ୟ ସମୃଦ୍ଧ ହେଲେ ସମଗ୍ର ଦେଶ ସମୃଦ୍ଧ ହେବ। ସଂଘୀୟ ବ୍ୟବସ୍ଥାରେ ଶାହ ଏଭଳି ମନ୍ତବ୍ୟ ଦେଇ ନିଜର ଅପରିଣାମଦର୍ଶିତାକୁ ପ୍ରତିପାଦନ କରୁଛନ୍ତି।

ସେହିପରି ଆୟୁଷ୍ମାନ ଯୋଜନାଠୁ ବହୁ ଆଗରୁ ଭଲ ସ୍ୱାସ୍ଥ୍ୟ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଏଥିରେ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ‘ମମତା ଯୋଜନା’କୁ କେନ୍ଦ୍ର ସରକାର ଅନୁସରଣ କରୁଛନ୍ତି। ମହିଳାଙ୍କ ପ୍ରତି ଅବହେଳା କଥା ଭିତ୍ତିହୀନ।

ସେହିପରି ଉଜ୍ଜଳା ଯୋଜନାରେ ୩୦ଲକ୍ଷ ସିଲିଣ୍ଡର ବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହୁଛନ୍ତି। ତେବେ ୨୪ ଲକ୍ଷ ହିତାଧିକାରୀ କାହିଁକି ରିଫିଲ୍ କରୁନାହାନ୍ତି ତାହା ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍। ଏହାକ’ଣ ଉକ୍ତ ଯୋଜନା ପ୍ରତି ଲୋକଙ୍କ ବିମୁଖତାକୁ ସ୍ପଷ୍ଟ କରୁନାହିଁ କି ବୋଲି ବିଜେଡି ପ୍ରଶ୍ନ କରିଛି।

ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟକୁ ପୁରସ୍କୃତ କରାଯାଉଥିବା ବେଳେ, ଏଠି ଅପାରଗ ସରକାର ଚାଲୁଛି ବୋଲି ଅମିତ୍ ଶାହ କିଭଳି କହୁଛନ୍ତି। ବୋଧହୁଏ ତାଙ୍କର ନିଜ ଦଳର ସରକାରରେ ଥିବା ବିଭାଗ ସହ ସମନ୍ୱୟ ନାହିଁ କି ସମ୍ପର୍କ ନାହିଁ।

୫ ବର୍ଷ ସମୟ ଦେଲେ ଓଡ଼ିଶାକୁ ନମ୍ବର-ୱାନ୍ ବିକଶିତ ରାଜ୍ୟରେ ପରିଣତ କରିଦେବେ ବୋଲି ଶ୍ରୀ ଶାହ ଯେଉଁ ବକ୍ତବ୍ୟ ଦେଇଛନ୍ତି, ତାହା ଭ୍ରମାତ୍ମକ ଓ ତ୍ରୁଟିପୂର୍ଣ୍ଣ। ସଂଘୀୟ ବ୍ୟବସ୍ଥାରେ କୌଣସି ରାଜ୍ୟ ସମୃଦ୍ଧ ହେଲେ ସମଗ୍ର ଦେଶ ସମୃଦ୍ଧ ହେବ। ସଂଘୀୟ ବ୍ୟବସ୍ଥାରେ ଶାହ ଏଭଳି ମନ୍ତବ୍ୟ ଦେଇ ନିଜର ଅପରିଣାମଦର୍ଶିତାକୁ ପ୍ରତିପାଦନ କରୁଛନ୍ତି।

ଏବେ ଦେଶରେ ରାଜନୀତିକ ଇର୍ମଜେନ୍ସି ଭଳି ସ୍ଥିତି ଉପୁଜିଛି ଭଳି ଲାଗୁଥିବା ବିଜେଡି କହିଛି।



from Odisha Reporter https://ift.tt/2DshfqJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages