ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ୍‌ ହାରିବାର ଏଇ କାରଣ କହିଲେ ରବି ଶାସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ୍‌ ହାରିବାର ଏଇ କାରଣ କହିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଇଂଲିଶ ମାଟିରେ ଟେଷ୍ଟ୍‌ ସିରିଜ୍‌କୁ ଶୋଚନୀୟ ଭାବେ ହାରିଥିବା ଟିମ୍‌ ଇଣ୍ଡିଆ ଏବେ ଏହାର କାରଣ ଖୋଜିବାରେ ଲାଗିପଡ଼ିଛି। ପୂର୍ବରୁ ଦଳର ଅଧିନାୟକ ବିରାଟ୍‌ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଦଳ ଭଲ ପ୍ରଦର୍ଶନ କରିଛି ବୋଲି କହି ଦୋଷ ଛଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ଏବେ ସତ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆ ଇଂଲିଶ ମାଟିରେ କାହିଁକି ହାରିଲା, ସେ ବିଷୟରେ କୋଚ୍ ଶ୍ରୀ ଶାସ୍ତ୍ରୀ ଏବେ ମୁହଁ ଖୋଲିଛନ୍ତି। ତଥାପି ସେ ଦୋଷ ନିଜ ମୁଣ୍ଡକୁ ନେଇନାହାନ୍ତି ବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ମଧ୍ୟ ଦେଇନାହାନ୍ତି।
ଶାସ୍ତ୍ରୀ କହିଛନ୍ତି, ଇଂଲଣ୍ଡ ଟିମ୍‌ ଭଲ ଖେଳିବାରୁ ଆମେ ହାରିନାହୁଁ। ଇଂଲଣ୍ଡ ଟିମ୍‌ର ଜଣେ ମାତ୍ର ଖେଳାଳି ଆମର ସବୁ ଆଶାରେ ପାଣି ପକାଇ ଦେଇଛନ୍ତି। ଆଉ ସେହି ଇଂଲିଶ ଷ୍ଟାର ଜଣଙ୍କ ହେଉଛନ୍ତି ୨୦ ବର୍ଷୀୟ ନବାଗତ ଅଲରାଉଣ୍ଡର ସାମ କରାନ୍‌। ସାମ କରାନ୍‌ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ସେ ହିଁ ଫରକ ସୃଷ୍ଟି କରିଥିଲେ। ସେହି ଗୋଟିଏ କାରଣକୁ ଛାଡ଼ିଦେଲେ, ଟିମ୍‌ ଇଣ୍ଡିଆ ଆଉ ସବୁ କ୍ଷେତ୍ରରେ ଟିମ୍‌ ଇଂଲଣ୍ଡର ଦୃଢ଼ ମୁକାବିଲା କରିଥିଲା।
ଏକ କ୍ରିକେଟ୍‌ ୱେବ୍‌ସାଇଟ୍‌କୁ ସାକ୍ଷାତକାର ଦେଇ ରବି ଶାସ୍ତ୍ରୀ କହିଛନ୍ତି, “ ଆମେ ଖରାପ ଖେଳି ହାରିଲୁ ବୋଲି କହିବା ଭୁଲ ହେବ। ଆମେ ଯେଉଁଭଳି ପ୍ରଦର୍ଶନ କଲୁ, ତାକୁ ସମସ୍ତେ ସାଧୁବାଦ ଜଣାଇବା କଥା। ଆମକୁ କୁହାଗଲା ଏହି ସିରିଜ୍‌ର ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ କିଏ? ମୁଁ ଓ ବିରାଟ୍‌ କୋହଲି ମିଳିତ ଭାବେ ଜଣଙ୍କ ନାଁ ନେଇଥିଲୁ। ଆଉ ସେ ହେଉଛନ୍ତି ସାମ କରାନ୍। ସାମ୍‌ ନିମ୍ନ ଅର୍ଡରରେ ବ୍ୟାଟିଂ କରି ଅଧିକ ରନ୍‌ କଲେ, ଯାହା ଆମକୁ ସବୁଠାରୁ ଅଧିକ ଆଘାତ ଦେଲା। ଇଂଲଣ୍ଡ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଅପେକ୍ଷା ସାମ୍‌ କରାନ୍‌ ହିଁ ଆମକୁ ଅଧିକ କଷ୍ଟ ଦେଇଛନ୍ତି।”
ହାତରୁ ମ୍ୟାଚ ଛଡାଇନେଲେ କରାନ୍ 
 
ସାମ୍‌ କରାନ୍‌ କେମିତି ଟିମ୍‌ ଇଣ୍ଡିଆଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ ସେ କଥା ମଧ୍ୟ ଶ୍ରୀ ଶାସ୍ତ୍ରୀ କହିଛନ୍ତି।
 
ସେ କହିଛନ୍ତି, “ ଏଜ୍‌ବାଷ୍ଟନ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ଟିମ୍‌ ଇଂଲଣ୍ଡ ୮୭ ରନ୍‌ରେ ୭ଟି ୱିକେଟ୍‌ ହରାଇଥିଲା। ଏହାପରେ କରାନ୍‌ ହିଁ ଏକାକୀ ଇଂଲଣ୍ଡର ସ୍କୋରକୁ ଆଗକୁ ନେଇଥିଲେ।
ସାଉଥାମ୍ପଟନ୍‌ରେ ଚାଲିଥିବା ୪ର୍ଥ ଟେଷ୍ଟ୍‌ରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୬ ୱିକେଟ୍‌ ହରାଇ ୮୬ ରନ୍‌ କରିଥିଲା। ସାମ୍‌ କରାନ୍‌ ହିଁ ଇଂଲଣ୍ଡର ସଙ୍କଟମୋଚକ ସାଜିଥିଲେ। ଏବେ ବୋଲିଂ କଥାକୁ ଆସିବା। ଏଜ୍‌ବାଷ୍ଟନ୍‌ରେ ଆମେ ୫୦ ରନ୍‌ରେ କୌଣସି ୱିକେଟ୍‌ ହରାଇ ନଥିଲୁ। କିନ୍ତୁ ସାମ୍‌ କରାନ୍‌ ୱିକେଟ୍‌ ଦଖଲ କରିନେଲେ। ତେଣୁ ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ କରାନ୍‌ ହିଁ ଦବଦବା ଦେଖାଇଲେ। ଏହା ହିଁ ଥିଲା ଦୁଇ ଦଳଙ୍କ ମଧ୍ୟରେ ପାର୍ଥକ୍ୟ।”
 
ଆମେ ଏବେ ବି ଏକ ନମ୍ବର
 
ଟିମ୍‌ ଇଣ୍ଡିଆର ପ୍ରଶଂସା କରି ଶାସ୍ତ୍ରୀ କହିଛନ୍ତି, “ଆମେ ଏବେ ବି ଏକ ନମ୍ବର ସ୍ଥାନରେ ରହିଛୁ। ଟେଷ୍ଟ୍‌ ସିରିଜ୍‌ରେ ଆମେ କେମିତି ଲଢ଼େଇ କଲୁ, ସେକଥା ଇଂଲଣ୍ଡ ଟିମ୍‌ର ସଦସ୍ୟମାନେ ଭଲ ଭାବେ ଜାଣିଛନ୍ତି। ସେଠାକାର ମିଡିଆ ଓ ଆମ ଫ୍ୟାନ୍‌ମାନେ ଜାଣିଛନ୍ତି, ଆମେ କେମିତି ଲଢ଼େଇ କରିଛୁ। ଆମେ ମଧ୍ୟ ଜାଣିଛୁ, ଆମେ କେମିତି ଲଢ଼େଇ କରିଛୁ। ତେବେ କିଛି ଲୋକ ତାଙ୍କ ବ୍ୟକ୍ତିଗତ ମତ ଦେଇ ଅନେକ କଥା କହୁଛନ୍ତି। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଆମେ ଆମ କାମ ପ୍ରତି ସଚେତନ ଅଛୁ ଓ ନିଷ୍ଠାର ସହ ଏହାକୁ ସମ୍ପାଦନ କରୁଛୁ।”
ଟିମ୍‌ ଇଣ୍ଡିଆ ଟେଷ୍ଟ୍‌ ସିରିଜ୍‌ରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଅନେକ ଲୋକ ଟିମ ଇଣ୍ଡିଆର କଟୁ ସମାଲୋଚନା କରିଥିଲେ। 


from Odisha Reporter https://ift.tt/2xhyIM3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages