ଦାମଙ୍କ ବହିଷ୍କାର ବିଜ୍ଞପ୍ତିରେ କାହିଁକି ଦସ୍ତଖତ କଲେନି ବିଜେଡିର କୌଣସି ବରିଷ୍ଠ ନେତା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଦାମଙ୍କ ବହିଷ୍କାର ବିଜ୍ଞପ୍ତିରେ କାହିଁକି ଦସ୍ତଖତ କଲେନି ବିଜେଡିର କୌଣସି ବରିଷ୍ଠ ନେତା?

ସୂଚନା ଅନୁସାରେ, ଡାକ୍ତର ରାଉତଙ୍କ ବହିଷ୍କାର ସଂକ୍ରାନ୍ତ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମକୁ ଜଣାଇବା ନିମନ୍ତେ ତୃତୀୟ ମହଲାର ଅଧିକାରୀମାନଙ୍କୁ ପ୍ରାୟ ୨ ଘଣ୍ଟା କସରତ କରିବାକୁ ପଡ଼ିଥିଲା। କାହା ଦସ୍ତଖତରେ ଡାକ୍ତର ରାଉତଙ୍କ ବହିଷ୍କାର ସୂଚନା ଗଣମାଧ୍ୟମ ପାଖକୁ ଯିବ ସେଥିପାଇଁ ତୃତୀୟ ମହଲାରେ ଦଳୀୟ ବ୍ୟାପାର ବୁଝୁଥିବା ଅଫିସର ପ୍ରଥମେ ଦଳର ବରିଷ୍ଠ ନେତାମାନଙ୍କୁ ଖୋଜିଥିଲେ। 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଳା ପୁଳା ଦୁର୍ନୀତିର ଅଭିଯୋଗ ଆଣିଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ରାତିଅଧିଆ ବହିଷ୍କାର କରାଗଲା। ମାତ୍ର ବିଜେଡି ସୁପ୍ରିମୋଙ୍କ ଏହି ମୌଖିକ ନିର୍ଦ୍ଦେଶକୁ ଗଣମାଧ୍ୟମ ପାଖରେ ପହଞ୍ଚାଇବା ପାଇଁ ଦଳର କୌଣସି ବରିଷ୍ଠ ପଦାଧିକାରୀ ରାଜି ହୋଇନଥିଲେ। ଶେଷରେ ଦଳର ଜଣେ କନିଷ୍ଠ ସମ୍ପାଦକ ଏହି କାର୍ଯ୍ୟ କରିଥିଲେ।

ତେବେ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମ ପାଖରେ ପହଞ୍ଚାଇବା ପାଇଁ ଭୟଭୀତ ହେବା ପଛରେ ସମ୍ପୃକ୍ତ ନେତାମାନଙ୍କୁ ନିଜ ଅପକର୍ମର ଭୟ ଘାରିଥିଲା ନା ଡାକ୍ତର ରାଉତ ସେମାନଙ୍କ ଗୁମର ଖୋଲିଦେବାର ଡର ସେମାନଙ୍କୁ ବିବ୍ରତ କରିଥିଲା, ତାକୁ ନେଇ ବିଜେଡି ମହଲରେ ଏବେ ଚର୍ଚ୍ଚା।

ସୂଚନା ଅନୁସାରେ, ଦିଲ୍ଲୀ ଗସ୍ତରେ ଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୌଖିକ ନିର୍ଦ୍ଦେଶରେ ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଗଲା। ଦଳର ସମ୍ପାଦକ ବିଜୟ ନାୟକ ଗତ ୧୨ତାରିଖ ରାତି ୮ଟା ୪୯ମିନିଟରେ ଗଣମାଧ୍ୟମକୁ ଏ ସମ୍ପର୍କରେ ଅବଗତ କରାଇଲେ। ମାତ୍ର ଡାକ୍ତର ରାଉତଙ୍କୁ ବହିଷ୍କାର ନିର୍ଦ୍ଦେଶକୁ ଗଣମାଧ୍ୟମ ନିକଟରେ ପହଞ୍ଚାଇବା ପାଇଁ ପ୍ରଥମେ ଦଳର ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ ଖୋଜାଯାଇଥିଲା। କିନ୍ତୁ କେହି ଏଥିପାଇଁ ରାଜି ହୋଇନଥିଲେ ବୋଲି ଜଣାପଡ଼ିଛି।

ଡାକ୍ତର ରାଉତ ମଧ୍ୟ ଗଣମାଧ୍ୟମରେ ଏନେଇ ଖୋଲାଖୋଲି ମତ ରଖି ସାରିଛନ୍ତି।

ସୂଚନା ଅନୁସାରେ, ଡାକ୍ତର ରାଉତଙ୍କ ବହିଷ୍କାର ସଂକ୍ରାନ୍ତ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମକୁ ଜଣାଇବା ନିମନ୍ତେ ତୃତୀୟ ମହଲାର ଅଧିକାରୀମାନଙ୍କୁ ପ୍ରାୟ ୨ ଘଣ୍ଟା କସରତ କରିବାକୁ ପଡ଼ିଥିଲା। କାହା ଦସ୍ତଖତରେ ଡାକ୍ତର ରାଉତଙ୍କ ବହିଷ୍କାର ସୂଚନା ଗଣମାଧ୍ୟମ ପାଖକୁ ଯିବ ସେଥିପାଇଁ ତୃତୀୟ ମହଲାରେ ଦଳୀୟ ବ୍ୟାପାର ବୁଝୁଥିବା ଅଫିସର ପ୍ରଥମେ ଦଳର ବରିଷ୍ଠ ନେତାମାନଙ୍କୁ ଖୋଜିଥିଲେ।

ପ୍ରଶ୍ନ ଉଠୁଛି, ଦଳରେ ଶତାଧିକ ପଦାଧିକାରୀ ରହିଥିଲେ ମଧ୍ୟ ଡାକ୍ତର ରାଉତଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ବହିଷ୍କାରର ଆନୁଷ୍ଠାନିକ ସୂଚନା ଶ୍ରୀ ନାୟକ କାହିଁକି ଦେଲେ? ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଡାକ୍ତର ରାଉତଙ୍କୁ ଯେଉଁ  ଶୈଳୀ ଓ କାରଣ ପାଇଁ ଦଳରୁ ବହିଷ୍କାର କରାଗଲା ତାହା ନିଶ୍ଚିତ ଭାବେ ଦୁଃଖଦାୟକ। 

ଏଥିପାଇଁ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର,ସାଧାରଣ ସମ୍ପାଦକ ଅରୁଣ ସାହୁ,ଦେବାଶିଷ ସାମନ୍ତରାୟ, ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ଯୋଗାଯୋଗ କରାଯାଇଥିବା ଜଣାପଡିଛି। ମାତ୍ର ଦାମଙ୍କ ବହିଷ୍କାର ପ୍ରସଙ୍ଗ ଜାଣିବା ପରେ ଏହି ନେତାମାନେ କେହି ଧରାଛୁଆଁ ଦେଇନଥିଲେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି। ଦଳର ବରିଷ୍ଠ ନେତାମାନେ ଏଥିପାଇଁ ଅରାଜି ହେବାପରେ କନିଷ୍ଠ ସମ୍ପାଦକ ବିଜୟ ନାୟକଙ୍କ ଦସ୍ତଖତରେ ଗଣମାଧ୍ୟମକୁ ଦାମଙ୍କ ବହିଷ୍କାର ସୂଚନା ଦିଆଯାଇଥିଲା।

ପ୍ରଶ୍ନ ଉଠୁଛି, ଦଳରେ ଶତାଧିକ ପଦାଧିକାରୀ ରହିଥିଲେ ମଧ୍ୟ ଡାକ୍ତର ରାଉତଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ବହିଷ୍କାରର ଆନୁଷ୍ଠାନିକ ସୂଚନା ଶ୍ରୀ ନାୟକ କାହିଁକି ଦେଲେ? ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଡାକ୍ତର ରାଉତଙ୍କୁ ଯେଉଁ  ଶୈଳୀ ଓ କାରଣ ପାଇଁ ଦଳରୁ ବହିଷ୍କାର କରାଗଲା ତାହା ନିଶ୍ଚିତ ଭାବେ ଦୁଃଖଦାୟକ। 

ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନବେଳେ ଦଳର ବରିଷ୍ଠ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ। କିନ୍ତୁ ଏଥର ତୃତୀୟ ମହଲା ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଖୋଜା ଯାଇନଥିଲା। ଯେଉଁମାନଙ୍କୁ ଖୋଜାଗଲା ସେମାନେ ଚିଟ୍ ଫଣ୍ଡ ଦୁର୍ନୀତି ଓ ଅନ୍ୟାନ୍ୟ କାରଣ ପାଇଁ ବିବାଦୀୟ ନେତା। 

ଶେଷରେ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମକୁ ଜଣାଇବାର ଦାୟିତ୍ୱ ଶ୍ରୀ ନାୟକଙ୍କୁ ଦିଆଯାଇଥିଲା। ଆଉ ବରୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଗୋଡ଼ ଟେକି ବସିଥିବା ଶ୍ରୀ ନାୟକ ଏଭଳି ସୁଯୋଗକୁ ହାତଛଡ଼ା ନକରି ନିଜର ପାରିବାପଣିଆ ଦେଖାଇଥିଲେ ବୋଲି ସୂଚନା ମିଳିଛି।

ଦୁର୍ନୀତି ବିରୋଧରେ ମୁହଁ ଖୋଲି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଡାକ୍ତର ରାଉତଙ୍କ ସମ୍ପର୍କରେ ଗଣମାଧ୍ୟମକୁ କିଛି ଜଣାଇଲେ କାଳେ ତା’ର ଓଲଟା ଫଳ ହେବ, ସେହି ଭୟରେ ଏହି ନେତାମାନେ ଦୂରେଇ ରହିବାକୁ ବାଧ୍ୟ ହୋଇଥିଲେ। ଚିଟ୍ ଫଣ୍ଡ ଦୁର୍ନୀତିରେ ଦେବୀ ମିଶ୍ର ଓ ଦେବାଶିଷ ସାମନ୍ତରାୟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ପଣ୍ଡା ଇନଫ୍ରା ଓ ମୋତିଲାଲ ଗୌଡ଼ କେଳେଙ୍କାରୀରେ ଅରୁଣଙ୍କ ନାଁ ରହିଛି। 

ତେଣୁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିବା ଦାମଙ୍କ ବିରୁଦ୍ଧରେ ଏହି ନେତାମାନେ  ଗଣମାଧ୍ୟମ ସମ୍ମୁଖକୁ ଆସିବାକୁ ସାହାସ ସଞ୍ଚୟ କରିପାରିନଥିଲେ।

ଶେଷରେ ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମକୁ ଜଣାଇବାର ଦାୟିତ୍ୱ ଶ୍ରୀ ନାୟକଙ୍କୁ ଦିଆଯାଇଥିଲା। ଆଉ ବରୀ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଗୋଡ଼ ଟେକି ବସିଥିବା ଶ୍ରୀ ନାୟକ ଏଭଳି ସୁଯୋଗକୁ ହାତଛଡ଼ା ନକରି ନିଜର ପାରିବାପଣିଆ ଦେଖାଇଥିଲେ ବୋଲି ସୂଚନା ମିଳିଛି।

from Odisha Reporter https://ift.tt/2xhzmcI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages