
ମୁମ୍ବାଇ: ଦେଖି କହିଲେ, ଏ ଖେଳାଳି ଜଣଙ୍କୁ କେଉଁଠି ଦେଖିଲା ଭଳି ଲାଗୁନି ? ହୁଏତ ଆପଣ ଦୋ ଦୋ ଚିହ୍ନା ହେଉଥିବେ। ଟିକେ ଟିକେ ଚିହ୍ନୁଥିବେ, ତଥାପି ନାଁ ମନେ ପଡ଼ୁ ନଥିବ।
ଅବଶ୍ୟ ଫଟୋରେ ଥିବା ଏହି ଖେଳାଳି ବେଶ୍ ପରିଚିତ। କିନ୍ତୁ ଲୁକ୍ଟା ଏମିତି ହୋଇଛି ଯେ, ତାଙ୍କୁ ହଠାତ୍ ଚିହ୍ନିବା କାଠିକର ପାଠ।
ତେବେ ଆପଣଙ୍କୁ ଆମେ ଆଉ ଦ୍ୱନ୍ଦ୍ୱରେ ନ ପକାଇ କହି ଦେଉଛୁ କି, ଇଏ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ଫଟୋ ଦେଖି ନାଁ ଶୁଣିବା ପରେ ଆପଣଙ୍କ ଆଖି ଧୋକା ଖାଇଗଲା ପରି ଲାଗିଲା ନା । ପ୍ରଥମେ ଦେଖିଲେ, ଏମିତି ହିଁ ହେବ। କାରଣ ସେ ଆଦୌ ଶ୍ରଦ୍ଧାଙ୍କ ପରି ଲାଗୁ ନାହାନ୍ତି। ନିଜର ଲୁକ୍ ବଦଳାଇ ସେ ସାଇନା ନେହୱାଲ୍ ସାଜିଛନ୍ତି।

ଭୂଷଣ କୁମାରଙ୍କ ପ୍ରଯୋଜିତ ଓ ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଛି ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍। ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଝାଳବୁହା ପ୍ରାକ୍ଟିସ୍ କରିଛନ୍ତି।
ଶ୍ରଦ୍ଧା କହିଛନ୍ତି, ‘‘ଏହି ବାୟୋପିକ୍ ପାଇଁ ପ୍ରସ୍ତୁତ ହେବାକୁ ମୁଁ ଏପର୍ଯ୍ୟନ୍ତ ୪୦ ଟି ବ୍ୟାଡ୍ମିଣ୍ଟନ୍ କ୍ଲାସ୍ ନେଇ ସାରିଲିଣି। ଏହା ବହୁତ କଷ୍ଟକର ଖେଳ। କିନ୍ତୁ ମୁଁ ଏହାକୁ ଖୁବ୍ ଉପଭୋଗ କରୁଛି।
କୌଣସି ସ୍ପୋର୍ଟ୍ସମ୍ୟାନ୍ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ଏକ ନିଆରା ଅନୁଭବ। ସାଇନାଙ୍କ ଜୀବନ କାହାଣୀ ବି ଖୁବ୍ ଚିତାକର୍ଷକ। ସେ ଯାହା ହରାଇଛନ୍ତି, ପାଇଛନ୍ତି ଓ ତାଙ୍କ ବିଜୟର ଯାତ୍ରା, ସବୁ କିଛି ଟିକିନିଖି ଭାବେ ମୁଁ ଅଭିନୟରେ ଦେଖାଇବାକୁ ଚେଷ୍ଟା କରିବି।
from Odisha Reporter https://ift.tt/2R8zVhX
No comments:
Post a Comment